ଲୁଣର ଦାମ ୮ ଲକ୍ଷ ୩୦ ହଜାର ଟଙ୍କା, ଜାଣନ୍ତୁ କେଉଁଠି ମିଳୁଛି ଏତେ ଦାମୀ ଲୁଣ

ଲୁଣ ବିନା କୌଣସି ବି ଖାଦ୍ୟ ସ୍ବାଦହୀନ ଆଉ ଫିକା ଲାଗିଥାଏ। ଖାଦ୍ୟର ସ୍ୱାଦ ପାଇଁ ଲୁଣର ମୂଲ୍ୟ ବୁଝାପଡେ। କେବଳ ଖାଦ୍ୟ ନୁହଁ ଲୁଣ ଅନେକ ଔଷଧ ପାଇଁ ବ୍ୟବହାର ହୋଇଥାଏ। କିନ୍ତୁ ଯଦି ଆପଣଙ୍କୁ କୁହାଯାଏ କିଲେ ଲୁଣ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ିବ, ଆପଣ ଏହା ଶୁଣିବା ପରେ ବେହୋସ ହୋଇପାରନ୍ତି। ଏହା ଏକ ଅବିସ୍ମରଣୀୟ କଥା ନିଶ୍ଚୟ। କିନ୍ତୁ ସତରେ ଦୁନିଆରେ ଏମିତି ଏକ ପ୍ରକାରର ଲୁଣ ଅଛି ଯାହାକୁ କିଣିବାକୁ ଆପଣଙ୍କୁ ହୁଏତ ଲୋନ୍ ନେବାକୁ ପଡିପାରେ।

ଦୁନିଆର ସବୁଠୁ ଦାମୀ ଲୁଣ ହେଉଛି ଆଇସଲ୍ୟାଣ୍ଡିକି ଲୁଣ। ଏହା ବହୁତ ମହଙ୍ଗା ତଥାପି ଏହା ପ୍ରତ୍ୟେକ ରୋଷେୟାଙ୍କର ପ୍ରିୟ ଲୁଣ ହୋଇଥାଏ। ଏହି ଲୁଣର ମାତ୍ର ୯୦ ଗ୍ରାମ ପାଇଁ ଆପଣଙ୍କୁ ପ୍ରାୟ ୧୧ ଡଲାର ଅର୍ଥାତ୍ ୮୦୩ ଟଙ୍କା ଦେବାକୁ ପଡିବ। ଯଦି ଆପଣ ଏକ କିଲୋ ଆଇସଲ୍ୟାଣ୍ଡିକି ଲୁଣ କିଣିବାକୁ ଇଚ୍ଛା କରିବେ, ତେବେ ଆପଣଙ୍କୁ ପ୍ରାୟ ୮ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ପଡିବ। ତେବେ ଦୁନିଆର ସବୁଠୁ ମହଙ୍ଗା ଲୁଣ ପ୍ରସ୍ତୁତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଏହି ଲୁଣ କୌଣସି ଲଗଜୁରିଠାରୁ କମ୍ ନୁହେଁ ଏବଂ ଏହା କିଛି ବର୍ଷ ପୂର୍ବେ ଆବିଷ୍କୃତ ହୋଇଥିଲା। ଆଇସଲ୍ୟାଣ୍ଡର ଉତ୍ତର-ପଶ୍ଚିମ ଭାଗରେ ଆଇସଲ୍ୟାଣ୍ଡିକ ଲୁଣ ହାତରେ ପ୍ରସ୍ତୁତ କରାଯାଏ। ଏହି ଲୁଣ ଆଇସଲ୍ୟାଣ୍ଡର ୱେଷ୍ଟଫର୍ଡସରେ ଅବସ୍ଥିତ ଏକ ଲୁଣ କାରଖାନାରେ ପ୍ରସ୍ତୁତ କରାଯାଏ। ସେହି ସ୍ଥାନଟି ସମ୍ପୂର୍ଣ୍ଣ ପାହାଡ଼ିଆ ଏବଂ ପ୍ରବଳ ତୁଷାରପାତ ହେତୁ ବର୍ଷକୁ ଅନେକ ଦିନ ବନ୍ଦ ରହିଥାଏ। ଏକ ସଡ଼କ ଟନେଲ ନିର୍ମାଣ ହେବା ପରେ, ୧୯୯୬ ମସିହାରେ ଏଠାରେ ସ୍ଥିତି ଧୀରେ ଧୀରେ ଠିକ୍ ହେବ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଏହି ସ୍ଥାନରେ ୧୦ ମେଟ୍ରିକ୍ ଟନ୍ ଲୁଣ ଉତ୍ପାଦନ କରାଯାଏ। ଅନେକ ସପ୍ତାହ କଠିନ ପରିଶ୍ରମ ପରେ, ଆଇସଲ୍ୟାଣ୍ଡିକି ଲୁଣ ପ୍ରସ୍ତୁତ ହୋଇଥାଏ ଏବଂ ସମସ୍ତ କାର୍ଯ୍ୟ ହାତରେ କରାଯାଇଥାଏ।

ପ୍ରଥମେ ଲୁଣ ତିଆରି ସ୍ଥାନକୁ ସମୁଦ୍ର ଜଳକୁ ଅଣାଯାଏ । ଏହା ପରେ ସେହି ପାଣିକୁ ବଡ ଅଟ୍ଟାଳିକାମାନକୁ ପାଇପ୍ ମାଧ୍ୟମରେ ପଠାଯାଏ। ସେଠାରେ ଅନେକ ପୁଲ ନିର୍ମାଣ କରାଯାଇଛି ଏବଂ ପ୍ରତ୍ୟେକ ପୁଲରେ ରେଡିଏଟର ଅଛି। ଏହି ରେଡିଏଟର ସାହାଯ୍ୟରେ ଜଳ ପ୍ରବାହିତ ହୁଏ ଏବଂ ସମୁଦ୍ର ଜଳ ଗରମ ହୋଇଥାଏ। ଏହାଦ୍ବାରା ଜଳ ବାଷ୍ପୀଭୂତ ହୋଇ ଲୁଣ ଶୀଘ୍ର ଗୋଟିଏ ସ୍ଥାନରେ ଏକାଠି ହେବା ଆରମ୍ଭ କରିଥାଏ। ଆଇସଲ୍ୟାଣ୍ଡିକି ଲୁଣ ଦେଖିବାକୁ ହାଲୁକା ସବୁଜ ରଙ୍ଗର ହୋଇଥାଏ। ଏହା ଅତ୍ୟନ୍ତ ସ୍ବାସ୍ଥ୍ୟ ଉପକାରୀ ହୋଇଥିବାରୁ ଏହାର ଦାମ ଅଧିକ ରହିଥାଏ।

Spread the love