ରବିବାରରେ ଆମିଷ ଖାଉଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, ସୌର ମଣ୍ଡଳ ର ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟ ଦେବ ଙ୍କ ଠାରୁ ହିଁ ଗ୍ରହଣ କରିଥାନ୍ତି।ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ କୁଣ୍ଡଳୀ ରେ କୌଣସି ନା କୌଣସି ଗ୍ରହ ର ପ୍ରଭାବ ପଡ଼ିଥାଏ। ଯାହାଦ୍ୱାରା ଆମ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ।ଏଥିପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ ଯେପରି ଆମ ଗ୍ରହ ସର୍ବଦା ଶାନ୍ତ ରହୁ ବୋଲି। ଏଥିପାଇଁ ଆମେ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି ଗ୍ରହ, ଶୁକ୍ରବାର ଦିନ ଶୁକ୍ର ଗ୍ରହ ଏବଂ ଶନିବାର ଦିନ ଭଗବାନ ଶନିଦେବ ଙ୍କ ଆରାଧନା କରିଥାଉ। କିନ୍ତୁ ଯେତେବେଳେ ରବିବାର ଦିନ ର କଥା ଉଠିଥାଏ ତେବେ ଆମେ ସେହି ଦିନକୁ କେବଳ ଛୁଟି ର ଦିନ ବୋଲି ଭାବି ଆରାମ କରିଥାଉ।ରବିବାର ଦିନ ସୂର୍ଯ୍ୟ ଦେବ ଙ୍କ ବାର ବୋଲି ମାନା ଯାଇଥାଏ। କିନ୍ତୁ ଆମେ ଏହି ଦିନ ଛୁଟି ଦିନ ଭାବି କିଛି ଅନୁଚିତ କାର୍ଯ୍ୟ କରିଥାଉ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଯାହା ରବିବାର ଦିନ କରିବା ଆଦୋୖ ଉଚିତ ହୋଇନଥାଏ ଏବଂ କେଉଁ ଜିନିଷ ଖାଇବା ଉଚିତ ନୁହେଁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

 

ବର୍ତ୍ତମାନ ଜାଣିନେବା ରବିବାର ଆମିଷ ଖାଇବା ଉଚିତ କିମ୍ବା ଅନୁଚିତ।ତେବେ ବୃହତ ଲକ୍ଷ୍ମୀ ପୁରାଣ ରେ ଏହି ସମ୍ପର୍କରେ ବର୍ଣ୍ଣନା କରାଯାଇଛି।ଏହି ପୁରାଣ ରେ ଶିବ ପାର୍ବତୀ ଲକ୍ଷ୍ମୀ ଙ୍କ ବିଷୟରେ କଥା ବାର୍ତ୍ତା ହେଉଛନ୍ତି।ମାତା ଲକ୍ଷ୍ମୀ ଙ୍କୁ କଣ ପସନ୍ଦ କଣ ନା ପସନ୍ଦ ସେସବୁ ବିଷୟରେ ସେମାନେ ଆଲୋଚନା କରୁଛନ୍ତି।ତେବେ ସେହି ଭଳି ଏକ ପ୍ରସଙ୍ଗ ରହୁଛି ମାତା ଲକ୍ଷ୍ମୀ କେଉଁଠାରେ ରହିବାକୁ ଅଧିକ ପସନ୍ଦ କରିଥାନ୍ତି। ତେବେ ସମସ୍ତେ ଜାଣିଛନ୍ତି ମାତା ଲକ୍ଷ୍ମୀ ଯିଏ ନିଜ ଘରକୁ ସଫା ସୁତୁରା ରଖେ ଯିଏ ସର୍ଵଦା ସବୁ ନିୟମ ମାନି ନିଜ କାର୍ଯ୍ୟ କରେ ତଥା ମାତା ଲକ୍ଷ୍ମୀ ଙ୍କ ପୂଜା କୁ ନିଷ୍ଠା ର ସହିତ କରେ । ଏହା ଛଡା ନିଜ ପରିବାର ଲୋକଙ୍କ ର ଭଲ ଭାବରେ ଯତ୍ନ ନେଇଥାଏ ଅନ୍ୟ କୁ ସାହାଯ୍ୟ କରିଥାଏ ସେହି ଭଳି ବ୍ୟକ୍ତି ଙ୍କ ଘରେ ମାତା ଲକ୍ଷ୍ମୀ ରହିବା ଟା ଅଧିକ ପସନ୍ଦ କରନ୍ତି। ତେବେ ସେହିଭଳି ରବିବାର ଅର୍ଥାତ ଆଦିତ୍ୟ ଙ୍କ ବାର ରେ ଆମିଷ ଖାଇବା ତଥା ଶୁକ୍ରବାର ଦିନ ତେଲ ଲଗାଇବା ଏହି ବୃହତ ଲକ୍ଷ୍ମୀ ପୁରାଣ ରେ ବାରଣ କରାଯାଇଛି। ରବିବାର ସୂର୍ଯ୍ୟ ଙ୍କ ବାର ଥାଏ ତେଣୁ ସେହି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା ଅର୍ଚ୍ଚନା କରି ତାଙ୍କ ଠାରୁ ଆଶୀର୍ବାଦ ନେବା ଉଚିତ ତେଣୁ ଏହି ସୂର୍ଯ୍ୟ ଙ୍କ ଦିନ ଅର୍ଥାତ ରବିବାର ଦିନ ସମ୍ପୂର୍ଣ୍ଣ ଆମିଷ ଖାଇବା ଅନୁଚିତ ଅଟେ।

Spread the love