ଅଭିନେତ୍ରୀ ଉଷସୀ ମିଶ୍ର କରୋନା ପଜିଟିଭ୍‌, ଇନ୍‌ଷ୍ଟାଗ୍ରାମ୍‌ରେ ଦେଲେ ସୂଚନା

ଭୁବନେଶ୍ୱର ୦୭।୧୦: କରୋନାରେ ଆକ୍ରାନ୍ତ ହେଲେ ଓଡିଆ ଅଭିନେତ୍ରୀ ଉଷସୀ ମିଶ୍ର । ତାଙ୍କର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏବେ ସେ ଆଇସୋଲେସନ୍‌ରେ ଥିବା ଜଣାପଡିଛି ।ଖବର ଅନୁଯାୟୀ, ଉଷସୀ ମିଶ୍ର କିଛି ଦିନ ତଳେ ନିଜର ଆର୍‌ଟିପିସିଆର୍‌ ଟେଷ୍ଟ କରିଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଉଷସୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଗତ କିଛି ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନ ଯଥାଶୀଘ୍ର ନିଜର କରୋନା ଟେଷ୍ଟ କରାଇନେବାକୁ ଉଷସୀ ପରାମର୍ଶ କରିଛନ୍ତି ।

ସେପଟେ ଉଷସୀ କରୋନା ପଜିଟିଭ ରିପୋର୍ଟ ଆସିବେ ଅନେକ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର , ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Spread the love