ଓଡ଼ିଶାର ପ୍ରତି ଗାଁର ପ୍ରତି ଘରକୁ ମିଳିବ ବିଶୁଦ୍ଧ ପାନୀୟ ଜଳ : ନବୀନ

ଓଡ଼ିଶାର ପ୍ରତି ଗାଁର ପ୍ରତି ଘରକୁ ମିଳିବ ବିଶୁଦ୍ଧ ପାନୀୟ ଜଳ । ପାନୀୟ ଜଳ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବ ୧୨୮୦ କୋଟି ଟଙ୍କା । ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ପ୍ରାୟ ୧୨ ଲକ୍ଷ ଲୋକ ଉପକୃତ ହେବ । ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି।

ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୬୫୭ କୋଟି ୫୭ ଲକ୍ଷ ଟଙ୍କା। ୨ ବର୍ଷ ଭିତରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉପକୃତ ହେବେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ହରଭଙ୍ଗା, ଫିରିଙ୍ଗିଆ, ଫୁଲବାଣୀ, ଚକାପାଦ, ଖଜୁରୀପଡ଼ା, ଜି. ଉଦୟଗିରି ଓ କେ ନୂଆଗାଁ ବ୍ଲକର ୯୭୫ଟି ଗାଁର ୨ ଲକ୍ଷ ୭୯ ହଜାର ଜଣ । .

Spread the love