ଚକୋଲେଟ୍‌ ପେଡ଼ା

ଆବଶ୍ୟକୀୟ ସାମଗ୍ରୀ:

ମିଲ୍କ ପାଉଡର- ୧ କପ୍‌

କ୍ଷୀର- ୨/୩ କପ୍‌

ଦେଶୀ ଘିଅ- ୩ ଚାମଚ

ଚକୋଲେଟ୍‌ ପାଉଡର- ୨ରୁ ୪ କପ୍‌

ପିସ୍ତା ଆବଶ୍ୟକ ମୁତାବକ

ଚିନି ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ଚକୋଲେଟ୍‌ ପେଡ଼ା ତିଆରି କରିବା ପାଇଁ ପ୍ରଥମେ ଗ୍ୟାସ୍‌ରେ ପ୍ୟାନ୍‌ ବସାନ୍ତୁ। ପ୍ୟାନ୍‌ ଗରମ ହୋଇଗଲେ ସେଥିରେ କ୍ଷୀର ପକାନ୍ତୁ। କ୍ଷୀର ୨ ମିନିଟ୍‌ ଫୁଟିଗଲା ପରେ ସେଥିରେ ୧ ଚାମଚ ଘିଅ ଗୋଳାନ୍ତୁ। ଘିଅ ସମ୍ପୂର୍ଣ୍ଣ ରୂପେ କ୍ଷୀରରେ ମିଶିଯିବା ପରେ ସେଥିରେ ମିଲ୍କ ପାଉଡର ପକାଇ ଗୋଳାଇ ଦିଅନ୍ତୁ। ଏବେ ଏହା ଏକ ପେଷ୍ଟ ଭଳି ଦିଶିବ। ଏବେ ଏଥିରେ ସ୍ୱାଦାନୁସାରେ ଚିନି ଗୋଳାନ୍ତୁ। ୪ ମିନିଟ୍‌ ଏହାକୁ ଚାମଚ ଗୋଳାନ୍ତୁ। ଏବେ ଏଥିରେ ଚକୋଲେଟ୍‌ ପାଉଡର ମିଶାନ୍ତୁ ଓ ଚାମଚ ଚଲାଉଥାନ୍ତୁ। ଯେମିତି ପେଷ୍ଟ ତଳେ ନ ଲାଗିବ। ଏବେ ଏହି ମିକ୍ସଚରରେ ପୁଣି ୧ ଚାମଚ ଘିଅ ମିଶାନ୍ତୁ। ଏହି ମିଶ୍ରଣ ମୋଟା ହେବା ଯାଏଁ ଗୋଳାଉଥାଆନ୍ତୁ। ମିକ୍ସଚର ମୋଟା ହୋଇଯିବା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ହାତରେ ଛୋଟ ଛୋଟ ପେଡ଼ା ଆକାରର ତିଆରି କରି ପ୍ଲେଟ୍‌ରେ ରଖନ୍ତୁ ଓ ଉପରେ ପିସ୍ତାରେ ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ଚକୋଲେଟ୍‌ ପେଡ଼ା। ଆପଣ ଏହାକୁ ଫ୍ରିଜ୍‌ରେ ବି ସାଇତି ପାରିବେ।

Spread the love