ହଳଦିଆ ଚାଉଳକୁ କରନ୍ତୁ ବ୍ଯବହାର, ଦୂର ହେବ ସବୁ ମନସ୍କାମନା

ପୂଜା-ପାଠ କରିବା ସମୟରେ ଅନେକ ବାସ୍ତୁ ନିୟମର ପାଳନ କରାଯାଇଥାଏ। ଯାହାକୁ ବିଧି ପୂର୍ବକ ପାଳନ କରିବା ଦ୍ବାରା ପୂଜା ସଫଳ ହୋଇଥାଏ। ଏଥିମଧ୍ୟରେ ଏକ ଉତ୍ପାଦାନ ହେଉଛି ଚାଉଳ। ହିନ୍ଦୁ ଧର୍ମରେ ଧାନ କିମ୍ବା ଚାଉଳର ବହୁତ ମହତ୍ତ୍ବ ରହିଥାଏ। କୌଣସି ଶୁଭ କାମରେ ଚାଉଳକୁ ବ୍ଯବହାର କରିବା ବହୁତ ଶୁଭ ହୋଇଥାଏ। କେବେ ମଧ୍ୟ ଖଣ୍ଡିଆ କିମ୍ବା ଭାଙ୍ଗିଯାଇଥିବା ଚାଉଳ ପୂଜାରେ ବ୍ୟବହାର କରିବା ଉଚିତ୍ ନୁହଁ।କିନ୍ତୁ ଆପଣ ଜାଣିଛନ୍ତି କି, କେଉଁ ପ୍ରକାର ଚାଉଳ ଦେବାଦେବୀଙ୍କୁ ଅର୍ପଣ କରି ଖୁସି ଖରାଯାଇପାରିବ ? ଦେବୀ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ଚାଉଳ ଉପଯୋଗ କରିବା ବହୁତ ଶୁଭ ହୋଇଥାଏ। ତେବେ ହଳଦିଆ ଚାଉଳର ଉପାୟ ବିଷୟରେ ନିଶ୍ଚିତ ଜାଣନ୍ତୁ….

ପୂଜାରେ ହଳଦିଆ ଚାଉଳ ବ୍ଯବହାର କରିବାର ଫାଇଦା:

ପୂଜାରେ ହଳଦିଆ ଚାଉଳ ବ୍ଯବହାର କରିବା ଦ୍ବାରା ଦେବାଦେବୀଙ୍କ କରୁଣା ମିଳିଥାଏ। ଏହା ସହିତ ଦୁଃଖ ଯନ୍ତ୍ରଣା ଦୂର ହୋଇଥାଏ।

ସକାଳୁ ସ୍ନାନ କରି ନାଲି କପଡାରେ ହଳଦିଆ ଚାଉଳ ୨୧ଟି ଅଖଣ୍ଡିତ ଦାନା ରଖନ୍ତୁ। ଏହାପରେ ମା ଲକ୍ଷ୍ମୀଙ୍କ ପୂଜା କରିବା ପରେ ଏହାକୁ ପର୍ସରେ ରଖନ୍ତୁ। ଏମିତି କଲେ ମା’ ଲକ୍ଷ୍ମୀଙ୍କ କରୁଣା ମିଳିବା ସହିତ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ଯା ଦୂର ହୋଇଥାଏ।

ହଳଦିଆ ରଙ୍ଗର ଚାଉଳ ଖିରି କରି ତାକୁ ରୁଟି ସହିତ ଅମାବାସ୍ଯା ଦିନ କାଉକୁ ଖାଇବାକୁ ଦିଅନ୍ତୁ। ଏମିତି କଲେ ଆପଣଙ୍କ ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିବ। ଆପଣଙ୍କର ଅଟକିଥିବା କାମ ବହୁ ସହଜରେ ହୋଇଯିବ।

ଯଦି ବିବାହରେ କୌଣସି ପ୍ରକାର ବାଧା ଆସୁଥାଏ, ତେବେ ଗୁରୁବାର ବତ୍ର ରଖିବା ସହିତ ଏହିଦିନ ହଳଦିଆ ଚାଉଳରେ ଭୋଗ ଲଗାନ୍ତୁ। ବୃହସ୍ପତି ଦେବଙ୍କ ପୂଜା ହଳଦିଆ ବସ୍ତୁ, ହଳଦିଆ ଫୁଲ, ଚଣା ଡାଲି, ହଳଦିଆ ମିଠା, ହଳଦିଆ ଚାଉଳ ଓ ହଳଦୀ ଅର୍ପଣ କରି କରାଯାଏ।

ଦିନରେ ମାତ୍ର ଗୋଟିଏ ଥର ହିଁ ଭୋଜନ କରନ୍ତୁ। ଖାଦ୍ୟରେ ଚଣା ଡାଲି କିମ୍ବା ହଳଦିଆ ଜିନିଷ ହିଁ ସେବନ କରନ୍ତୁ। ଲୁଣ ଖାଆନ୍ତୁ ନାହିଁ। ହଳଦିଆ ବସ୍ତ୍ର ପରିଧାନ କରନ୍ତୁ। ହଳଦିଆ ଫଳ ବ୍ୟବହାର କରନ୍ତୁ। ପୂଜା ପରେ ଭଗବାନ ବୃହସ୍ପତିଙ୍କ କଥା ନିଶ୍ଚୟ ଶୁଣନ୍ତୁ। ଏଭଳି କରିବା ଦ୍ୱାରା ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି।

Spread the love