ପୂଜା ଛୁଟି କଟେଇବାକୁ ଚାହୁଁଛନ୍ତି କି, ବୁଲିବାକୁ ଯାଆନ୍ତୁ ଏହି ସବୁ ସ୍ଥାନକୁ

କୋଲକାତା : ପରିବାର କିମ୍ବା ସାଙ୍ଗମାନଙ୍କ ସହ ଆପଣ କୋଲକାତା ବୁଲିବାକୁ ଯାଇପାରିବେ। ଅକ୍ଟୋବର ମାସରେ ଏଠାରେ ବେଶ ଧୁମଧାମରେ ଦୁର୍ଗାପୂଜା ପାଳିତ ହୋଇଥାଏ । ଦୁର୍ଗାପୂଜାର ଏହି ମହୋତ୍ସବ ଏଠାରେ ପାଖାପାଖି ଏକ ସପ୍ତାହ ଧରି ହୋଇଥାଏ । ଏହା ବ୍ୟତୀତ ଆପଣ ଏଠାରେ ନିକ୍କୋ ପାର୍କ, ଭିକ୍ଟୋରିୟା ମେମୋରିୟଲ, କାଳିଘାଟରେ କାଳି ମନ୍ଦିର ଏବଂ ବେଲୁର ମଠ ପରି ସ୍ଥାନ ବୁଲି ପାରିବେ ।

ହମ୍ପି : କର୍ଣ୍ଣାଟକର ହମ୍ପି ସହରର ନାମ ୟୁନେସ୍କୋର ବିଶ୍ବ ଐତିହ୍ୟ ସ୍ଥଳୀରେ ସ୍ଥାନ ପାଇଛି । ଏହି ସହର ନିଜର ପ୍ରାଚୀନ ମନ୍ଦିର, ସ୍ମାରକୀ ଏବଂ ଅଖଣ୍ଡତା ଲାଗି ପୂରା ବିଶ୍ବରେ ପରିଚିତ । ଐତିହାସିକ ସ୍ଥାନ ବିଷୟରେ ଅଧିକ ଜାଣିବା ଲାଗି ଏହା ହେଉଛି ପ୍ରକୃତ ସ୍ଥାନ । ଏଠାରେ ଆପଣ ବିରୁପକ୍ଷା ମନ୍ଦିର, ବିଜୟ ବିଟ୍ଟଳା ମନ୍ଦିର, ହନୁମାନ ମନ୍ଦିର, ନଦୀକୂଳରେ ଥିବା ଖଣ୍ଡହର, କ୍ବିନ୍ସ ବାଥ ଏବଂ ଲକ୍ଷ୍ମୀ ନାରାୟଣ ମନ୍ଦିର ଭଳି ସ୍ଥାନକୁ ଯାଇପାରିବେ ।

ଆଗ୍ରା : ବିଶ୍ବର ସପ୍ତମ ଆଶ୍ଚର୍ଯ୍ୟରେ ଗଣା ଯାଉଥିବା ତାଜମହଲ ଏଠାରେ ଅବସ୍ଥିତ । ଯମୁନା ନଦୀ କୂଳରେ ନିର୍ମିତ ତାଜମହଲର ନାମ ବିଶ୍ବରେ ପ୍ରାୟ ପ୍ରତ୍ୟେକ ଲୋକଙ୍କର ଟ୍ରାଭେଲ ଲିଷ୍ଟରେ ଥାଏ । ତେବେ ବୁଲିବାର ସବୁଠାରୁ ଭଲ ସମୟ ଅକ୍ଟୋବର ହିଁ ହୋଇଥାଏ । ଆପଣ ଏଠାରେ ତାଜମହଲ ବ୍ୟତୀତ, ଆଗ୍ରା ଦୁର୍ଗ, ଜାମା ମସଜିଦ, ମେହତାବ ବାଗ, ଅକବର କା ମକବରା, ଫତେହପୁର ସିକ୍ରୀ ବି ଯାଇପାରିବେ ।

ଋଷିକେଶ : ପ୍ରାକୃତିକ ଦୃଶ୍ୟ ହେଉ କିମ୍ବା ରୋମଞ୍ଚ ଭରା ଦୃଶ୍ୟ, ଦିଲ୍ଲୀ-ଏନସିଆରର ଲୋକମାନଙ୍କ ଲାଗି ଋଷିକେଶ ସବୁବେଳେ ମନ ପସନ୍ଦର ଗନ୍ତବ୍ୟସ୍ଥାନ ରହିଥାଏ । ଏଠାରେ ଆପଣ ରାଫ୍ଟିଙ୍ଗ, କ୍ୟାପିଙ୍ଗ, ବଂଜୀ ଜମ୍ପିଙ୍ଗ, ଜିପ ଲାଇନିଙ୍ଗ ଏବଂ ଟ୍ରାକିଂର ମଜା ଉଠାଇପାରିବେ । ନୀଳକଣ୍ଠ ମହାଦେବ ମନ୍ଦିର, ରାମ ଝୁଲା, ଲକ୍ଷ୍ମଣ ଝୁଲା, ଜାନକୀ ପୁଲ, ନିରଗଢ ଝରଣା, ଋଷିକୁଣ୍ଡ, ସର୍ଗ ଆଶ୍ରମ, ବିଟଲ୍ସ ଆଶ୍ରମ ଏବଂ ତ୍ରିବେଣୀ ଘାଟ ଏଠାକାର ମୁଖ୍ୟ ଆକର୍ଷଣ ।

ପଞ୍ଚମଢୀ : ମଧ୍ୟପ୍ରଦେଶର ପଞ୍ଚମଢୀ ନାମ ଦେଶର ସବୁଠାରୁ ସୁନ୍ଦର ହିଲଷ୍ଟେସନ ଭାବେ ଜଣାଶୁଣା । ଏହାକୁ ସତପୁଡ଼ାର ରାଣୀ ବି କୁହାଯାଇଥାଏ। ହିନ୍ଦୁ ଧର୍ମର ପୌରାଣିକ କଥାବସ୍ତୁ ଅନୁସାରେ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏଠାରେ ରହୁଥିଲେ । ଏହାର ସନ୍ଧାନ ୧୮୫୭ରେ ଜଣେ ବ୍ରିଟିସ ଅଫିସର ଜେମ୍ସ ଫୋରସିଠ କରିଥିଲେ । ସେବେଠାରୁ ପଞ୍ଚମଢୀକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଭାବେ ଗଣାଯାଏ । ଏଠାରେ ଆପଣ ପାଣ୍ଡବଙ୍କ ଗୁମ୍ପା, ଜଟା ଶଙ୍କର ଗୁମ୍ଫା, ରଜତ ପର୍ବତର ଝରଣା, ଧୁପଗଡ଼ ଏବଂ ଛୋଟ ମହାଦେବଙ୍କ ପାହଡକୁ ଦେଖିପାରିବେ ।

ଦାର୍ଜିଲିଙ୍ଗ : ଦାର୍ଜିଲିଙ୍ଗ ଏପରି ଏକ ସ୍ଥାନ ଯେଉଁଠାରେ ବର୍ଷ ସାରା ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ । ପଶ୍ଚିମବଙ୍ଗସ୍ଥିତ ଅବସ୍ଥିତ ଥିବା ଏହି ସ୍ଥାନକୁ ଭାରତର ସବୁଠାରୁ ଉଚ୍ଚତମ ହିଲ ଷ୍ଟେସନ ଭାବେ ଗଣାଯାଏ । ଅକ୍ଟୋବର ମାସରେ ଯଦି ଆପଣ ଏଠାକୁ ଯାଉଛନ୍ତି ତେବେ ଆପଣଙ୍କୁ ଆଉ ଫେରିବାକୁ ସେଠାରୁ ମନ ହେବନି । ଏଠାକୁ ଆସି ଆପଣ ନାୟଡ଼ୁ ପାର୍କ, ଜୁଲୋଜିକଲ ପାର୍କ, ରକ ଗାର୍ଡେନ, ପିସ ପାଗୋଡ଼ା, ଟାଇଗର ହିଲ, ଘୁମ ମାନେଷ୍ଟ୍ରି, ସେଣ୍ଟ ଏଣ୍ଡୟୁ ଚର୍ଚ୍ଚ ଏବଂ ସିଙ୍ଗାଲିଲା ନ୍ୟାସନାଲ ପାର୍କ ଦେଖିପାରିବେ।

ମହୀଶୁର : ଦକ୍ଷୀଣ ଭାରତର ସବୁଠାରୁ ସୁନ୍ଦର ପର୍ଯଟନ ସହର ମଧ୍ୟରେ ମହୀଶୁର ଅନ୍ୟତମ । ଏପରିକି ସେଠାରେ ବହୁ ସ୍ଥାନ ଅଛି ବୁଲିବା ଲାଗି । କିନ୍ତୁ ମହୀଶୁର ପ୍ୟାଲେସ ସେଥିମଧ୍ୟରୁ ବହୁ ଆକର୍ଷଣୀୟ ସ୍ଥାନ । ମହୀଶୁର ଆସୁଥିବା ପର୍ଯ୍ୟଟକମାନେ ଏହି ସ୍ଥାନକୁ ତ ନିଶ୍ଚିତ ଭାବେ ଯାଇଥାନ୍ତି । ଦଶହରା ଉତ୍ସବ ସମୟରେ ଏହି ସହର ଜୀବନ୍ତ ହୋଇପଡ଼େ । ଧମରାଜେନ୍ଦ୍ର ଜୁଲୋଜିକାଲ ଗାର୍ଡେନ୍ସ , ଚାମୁଣ୍ଡି ହିଲ୍ସ, କରାଂଜୀ ଲେକ, ସ୍ତ୍ରୀ ଚାମୁଣ୍ଡେଶ୍ବର ମନ୍ଦିର, ଲଳିତା ମହଲ ଏବଂ ଜଗମୋହନତ ପ୍ୟାଲେସ ବୁଲିବା ଲାଗି ସବୁଠାରୁ ଭଲ ସ୍ଥାନ ଅଛି ।

ଆଣ୍ଡାମାନ ଦ୍ବୀପ : ବୁଲିବା ଲାଗି ଇଛା ରଖୁଥିବା ଲୋକମାନଙ୍କ ଲିଷ୍ଟରେ ତ ଆଣ୍ଡାମାନର ନାମ ପ୍ରଥମେ ଥାଏ । ଏହାର ସଫା ସୁତରା ବେଳାଭୂମୀରେ ଆବୃତ ସମୁଦ୍ର ତଟ, ଏଣ୍ଡ୍ରିନାଲାଇନ ପାମ୍ପିଂଗ ଓ୍ବାଟର ସ୍ପୋଟ୍ସ ଏବଂ ସମୁଦ୍ର ଜୀବଙ୍କ ମଧ୍ୟରେ ସ୍କୁବା ଡ୍ରାଇବିଙ୍ଗର ମଜା ଲୋକମାନେ ଜୀବନ ସାରା ଭୁଲି ନଥାନ୍ତି । ଏଠାରେ ନୀଳ ଆଇଲାଣ୍ଡ, ରାଧାନଗର ବିଚ, ହେବଲାକ ଆଇଲାଣ୍ଡ, ରାସ ଆଇଲାଣ୍ଡ, ଲକ୍ଷ୍ମଣପୁର ବିଚ, ସେଲୁଲର ଜେଲ, ପୋର୍ଟ ଲେୟର, ଚିଡିଆ ଟାପୁ ଏବଂ ବାରତାଙ୍ଗ ଆଇଲାଣ୍ଡ ପର୍ଯ୍ୟଟକମାନଙ୍କ ସବୁଠାରୁ ମନ ପସନ୍ଦର ସ୍ଥାନ ।

ଲାହୋଲ ସ୍ପିତ : ହିମାଚଳ ପ୍ରଦେଶର ଏହି ସ୍ଥାନ ହିମାଳୟର ପାଦଦେଶରେ ଅବସ୍ଥିତ । ଟ୍ରାକିଂର ଇଛା ରଖୁଥିବା ଲୋକଙ୍କ ଲାଗି ଏହା ସବୁଠାରୁ ଭଲ ସ୍ଥାନ । ଏଠାରେ ରୋମାଞ୍ଚଭରା ଦୃଶ୍ୟ ସହ ବୌଦ୍ଧ ମଠକୁ ଜାଣିବା ଲାଗି ଇଛା ରଖୁଥିବା ଲୋକମାନଙ୍କ ପାଇଁ ଏହି ସ୍ଥାନ କୌଣସି ସ୍ବର୍ଗରୁ କମ ନୁହେଁ। ଆପଣ ଏଠାରେ ତାବୋ ମାନେଷ୍ଟ୍ରୀ, ସ୍ପିତ ରିବର, ଚନ୍ଦ୍ରତାଳ ହ୍ରଦ, ରୋହତାଙ୍ଗ ପାସ ଏବଂ କୁଞ୍ଜୁମ ପାସ ଭଳି ସ୍ଥାନ ବୁଲିବାକୁ ଯାଇପାରିବେ ।

ପୁରୀ : ଓଡ଼ିଶାରେ ଅବସ୍ଥିତ ପୁରୀର ଜଗନ୍ନାଥ ମନ୍ଦିର ହିନ୍ଦୁ ଧର୍ମର ଲୋକମାନଙ୍କ ଲାଗି ସବୁଠାରୁ ପବିତ୍ର ସ୍ଥାନ । ପ୍ରତ୍ୟେକ ବର୍ଷ ଏଠାକୁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଦର୍ଶନ ଲାଗି ଆସିଥାନ୍ତି । ଅକ୍ଟୋବର ମାସରେ ଏଠାକାର ପାଣିପାଗ ବେଶ ସୁହାଇଲା ଭଳି ହୋଇଥାଏ । ଜଗନ୍ନାଥ ମନ୍ଦିର ବ୍ୟତୀତ ଆପଣମାନେ ଏଠାରେ ଗୁଣ୍ଡିଚା ମନ୍ଦିର, ଲୋକନାଥ ମନ୍ଦିର, ମାର୍କଣ୍ଡେଶ୍ବର ମନ୍ଦିର ଏବଂ ନରେନ୍ଦ୍ର ପୋଖରୀ ଭଳି ଦର୍ଶନୀୟ ସ୍ଥାନ ବି ବୁଲି ପାରିବେ।

Spread the love