ଜଙ୍ଗଲ ଛାଡି ଘରକୁ ଫେରିଲା ମୋଗଲି, ସୁଟ୍ ବୁଟ୍ ପିନ୍ଧି ଚାଲିଲା ସ୍କୁଲ୍

ନୂଆଦିଲ୍ଲୀ ୨୩/୧୦: ମୋଗଲିର ବଦଳିଲା ଜୀବନଶୈଳୀ । ଏବେ ମଣିଷଙ୍କ ପରି ଜୀବନ ବଞ୍ଚିବ । ସାଧାରଣ ଲୋକଙ୍କ ସହ କରିବ ଚଳପ୍ରଚଳ । ଆଫ୍ରିକା ଖାଣ୍ଡାର ଜଂଜୀମନ ଅଲୀ ନାମକ ଏହି ପିଲାକୁ ନେଇ ଏବେ ଚର୍ଚ୍ଚା । ଜଂଜୀମନଙ୍କୁ ରିୟଲ ଲାଇଫରେ ମୋଗଲି ନାମରେ ସମ୍ୱୋଧନ କରାଯାଇଥାଏ । ଜଂଜୀମନ ମଣିଷଙ୍କୁ ଛାଡି ଜଙ୍ଗଲରେ ପଶୁଙ୍କ ସହ ଜୀବନ ବଞ୍ଚୁଥିଲା ।

ଦୀର୍ଘଦିନ ଧରି ଜଙ୍ଗଲରେ ରହିବା କାରଣରୁ ତାର ହାବଭାବରେ ବି ଅନେକ ପରିବର୍ତ୍ତନ ହୋଇଯାଇଛି । ତଥାପି ସେ ଧୀରେ ଧୀରେ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି । କେବଳ ସେତିକି ନୁହେଁ ମୋଗଲି ଏବେ ସୁଟ୍ ବୁଟ୍ ପିନ୍ଧି ସ୍କୁଲ ଯିବାକୁ ଲାଗିଲାଣି । ଦ ସନ୍ ୟୁକେ ମୁତାବିକ୍ ଜଞ୍ଜୀମନ ଅଲ୍ଲୀର ଜନ୍ମ ୧୯୯୯ରେ ହୋଇଥିଲା । ଜନ୍ମ ହେବା ପରେ ସେ ମାଇକ୍ରୋସେଫଲୀ ରୋଗରେ ପୀଡିତ ଥିଲେ ।

ଏହା ଦ୍ୱାରା ରୋଗ ବଢିବା ସହ ତାଙ୍କର ଶରୀରରେ ବି ପରିବର୍ତ୍ତନ ହୋଇଥିଲା । ଏମିତିକି ଶରୀରରେ ଭୟଙ୍କର ଦେଖାଯିବାରେ ଲାଗିଥିଲା । ଲୋକେ ତାକୁ ଚିଡାଇବାରେ ଲାଗିଥିଲେ । ଏସବୁ ଭିତରେ ଜଞ୍ଜୀମନ ଘର ପରିବାର ଛାଡି ଜଙ୍ଗଲରେ ରହିବାକୁ ଲାଗିଥିଲା । ତାର ଅଧିକାଂଶ ସମୟ ଜଙ୍ଗଲରେ କଟିଥିଲା । ଗର ଲୋକେ ଯେତେ ଚାହିଁଲେ ବି ସେ ଘରେ ନରହି ଜଙ୍ଗଲକୁ ଚାଲିଯାଉଥିଲା ।

ସ୍ଥାନୀୟ ନ୍ୟୁଜ୍ ସାଇଟ୍ ଅନୁଯାୟୀ, ବର୍ତ୍ତମାନ ଜଂଜୀମାନ ଅଲିଙ୍କ ଦାନରୁ ସଂଗୃହୀତ ଟଙ୍କା ସାହାଯ୍ୟରେ ସାଧାରଣ ଜୀବନଯାପନ କରିବାକୁ ଯାଉଛନ୍ତି । ତାଙ୍କୁ ଏକ ସ୍ୱତନ୍ତ୍ର ବିଦ୍ୟାଳୟରେ ଭର୍ତ୍ତି କରାଯାଇଛି । ସେ ସାର୍ଟ-ପ୍ୟାଣ୍ଟ ପିନ୍ଧିବା ଆରମ୍ଭ କରିଛନ୍ତି । ସେ ଜଙ୍ଗଲ ବଦଳରେ ତାଙ୍କ ଘରେ ରହିବା ଆରମ୍ଭ କରିଛନ୍ତି । ଗତ ବର୍ଷ ଜଂଜୀମାନଙ୍କ ଜୀବନ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଥିଲା ।

Spread the love