୧୯ ବର୍ଷ ପରେ ଧନତେରସରେ ତ୍ରିପୁଷ୍କର ଯୋଗ

ଅକ୍ଟୋବର ୨୮ ରୁ ନଭେମ୍ବର ୪ ତାରିଖ ଯାଏଁ ଜମିବାଡ଼ି, ଗହଣା, ଗାଡି, ଇଲେକ୍ଟ୍ରୋନିକ୍ସ ଆଦି ଜିନିଷ କିଣାକିଣି ପାଇଁ ଅନେକ ଶୁଭ ମୁହୂର୍ତ୍ତ ରହିଛି। ୧୯ ବର୍ଷ ପରେ ଧନତେରସରେ ତ୍ରିପୁଷ୍କର ଯୋଗ ସୃଷ୍ଟି ହେଉଛି। ଏହା ପୂର୍ବରୁ ୨୦୦୨ ରେ ଏହି ଯୋଗ ସୃଷ୍ଟି ହୋଇଥିଲା। ଜ୍ୟୋତିଷଙ୍କ ଅନୁଯାୟୀ ଏହି ଯୋଗରେ କରାଯାଇଥିବା କାମ ତିନି ଗୁଣ ଅଧିକ ଲାଭ ଦେଇଥାଏ। ଏହି ଯୋଗରେ ବ୍ୟବସାୟ ଓ ଅନ୍ୟ ଶୁଭ କାମ ଆରମ୍ଭ କରିବା ଲାଭଦାୟକ ହୋଇଥାଏ।

ଆଜି ପୁଷ୍ୟ ନକ୍ଷତ୍ରରେ କିଣାକିଣି ଅଧିକ ଲାଭଦାୟକ ହେବ କାରଣ ଏହି ଶୁଭ ନକ୍ଷତ୍ର ସହ ଚନ୍ଦ୍ରମା, ବୁଧ ଓ ଶନି ନିଜ ନିଜ ରାଶିରେ ରହିବେ। ଏହାସହ ସର୍ବାର୍ଥସିଦ୍ଧି, ଅମୃତସିଦ୍ଧି ଓ ରବିଯୋଗ ରହିଛି ଯେଉଁଥିପାଇଁ ଏହି ଯୋଗରେ କରାଯାଇଥିବା କ୍ରୟ କମ ଖର୍ଚ୍ଚରେ ଅଧିକ ଫାଇଦା ଦେବ।

କେବେ କଣ କିଣିବେ ଜାଣନ୍ତୁ :

ଅକ୍ଟୋବର ୨୮ – ଗୁରୁବାର ପୁଷ୍ୟ ନକ୍ଷତ୍ର ସଂଯୋଗ ହେତୁ ସବୁ ପ୍ରକାର କିଣାକିଣି ଓ ନିବେଶ କରିପାରିବେ।

୨୯ ତାରିଖଶୁକ୍ରବାର – ଶୁକ୍ରବାର ଅଷ୍ଟମୀ ତିଥି ସଂଯୋଗ ରହିଛି। ଯାନବାହାନ କିଣିବା ପାଇଁ ଏହା ଶୁଭ ମୁହୂର୍ତ୍ତ। ଏହା ସହ ଖାଦ୍ୟ ସାମଗ୍ରୀ, ଔଷଧ କ୍ରୟ ଓ ନୂଆ ପ୍ରତିଷ୍ଠାନ ଆରମ୍ଭ କରିବା ଲାଭଦାୟକ।

୩୦ ତାରିଖଶନିବାର – ଶନିବାର ଶୁକ୍ଳ ଯୋଗ ସହ ଅଶ୍ଳେଷ ନକ୍ଷତ୍ରରେ ମାନସ ଯୋଗ ରହିଛି। ଏହି ଯୋଗରେ ଔଷଧ, ମିଠା, ମୋତି, ସୁଗନ୍ଧିତ ସାମଗ୍ରୀ, ଆକ୍ବରିୟମ ଓ ମହିଳାଙ୍କ ସହ ଜଡିତ ସାମଗ୍ରୀ କିଣିପାରିବେ।

୩୧ ତାରିଖରବିବାର – ରବିବାର ଦିନ ବ୍ରହ୍ମ ଯୋଗ ସହ ପୂର୍ବାଫାଲ୍ଗୁନୀ ନକ୍ଷତ୍ର ସଂଯୋଗ ରହିଛି। ପ୍ରପର୍ଟିରେ ନିବେଶ କିମ୍ବା କିଣାକିଣି କରିପାରିବେ। ମେସିନ କିମ୍ବା ଯାନବାହାନ କିଣିବା ମଧ୍ୟ ଶୁଭ।

ନଭେମ୍ବର ସୋମବାର – ଏହି ଦିନ ଇନ୍ଦ୍ର ଯୋଗ ସହ ଶ୍ରୀବତ୍ସ ଯୋଗ ରହିଛି। ଏହି ଦିନ ସବୁ ପ୍ରକାର କିଣାକିଣି କରିପାରିବେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ବିଶେଷ ଶୁଭ।

 ତାରିଖମଙ୍ଗଳବାର – ଧନତେରସ ଦିନ ତ୍ରିପୁଷ୍କର ଯୋଗ ରହିଛି। ଏହି ଦିନ ଯାନବାହାନ, ଭୂମି, ଭବନ, ଆଭୂଷଣ, ବସ୍ତ୍ର ଆଦି କିଣିବା ମଙ୍ଗଳକାରୀ ହୋଇଥାଏ।

 ତାରିଖବୁଧବାର – ଏହି ଦିନ ଚିତ୍ରା ନକ୍ଷତ୍ର ରହିବ। ଚନ୍ଦ୍ରମା ଓ ବୁଧ ଏହି ନକ୍ଷତ୍ରରେ ରହିବେ ଓ ଚନ୍ଦ୍ରମାରେ ବୃହସ୍ପତିଙ୍କ ଦୃଷ୍ଟି ଯୋଗୁଁ ସୁଖ ସୁବିଧା ଓ ସାଜସଜ୍ଜା ସାମଗ୍ରୀ କିଣିପାରିବେ।

 ତାରିଖଗୁରୁବାର – ଦୀପାବଳିରେ ସୂର୍ଯ୍ୟଦୟ ସହ ଚତୁର୍ଗ୍ରହୀ ଶୁଭ ଯୋଗ ଆରମ୍ଭ ହେବ। ଏହା ରାତି ସାରା ରହିବ। ଲକ୍ଷ୍ମୀ ପୂଜା ସହ ସବୁ ପ୍ରକାର ଜିନିଷ କିଣିପାରିବେ।

Spread the love