ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ପୁରୁଣା  ହିଞ୍ଜିଳି ଆସନକୁ ରଖ ବିଜେପୁର ଛାଡ଼ିଛନ୍ତି ନବୀନ। ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ରକୁ  ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ଭଲପାଇବା ଏବଂ ସମର୍ଥନ ଦେଇଥିବାରୁ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ। ଚଳିତ ନିର୍ବାଚନରେ ନବୀନ ଉଭୟ ହିଞ୍ଜିଳି ଓ ବିଜେପୁରରୁ ଲଢ଼ି ଜିତିଥିଲେ।

ଇସ୍ତଫା ପୂର୍ବରୁ ନବୀନ ବିଜେପୁର ପାଇଁ ପ୍ୟାକେଜ ବି ଘୋଷଣା କରିଥିଲେ। ବିଜେପୁରରେ ଥିବା ୩୪ ହଜାର କଚା ଘର, ପକ୍କା ଘର ହେବା ସହ ବରଗଡ଼ ଜିଲ୍ଲାରେ ୧୧ଶହ ୨୦ କୋଟିର ୨ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

୨ବର୍ଷ ଭିତରେ ବିଜେପୁରର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ ବୋଲି ନବୀନ ଘୋଷଣା କରିଥିଲେ। ପ୍ରତି ୨ ମାସରେ ସେ ନିଜେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଏସବୁ ଘୋଷଣାରୁ ନବୀନ ବିଜେପୁର ଆସନ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା।

ଗତ ନିର୍ବାଚନରେ ବିଜେଡି ୧୧୨ ଆସନରେ ବିଜୟୀ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଗୋଟିଏ ଆସନ ଛାଡ଼ିଥିବାରୁ ସଂଖ୍ୟା ଏବେ ୧୧୧କୁ ଖସିଛି।

Spread the love