ଆଠଗଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଆଠଗଡ଼ ୦୧/୧୧ : ଆଠଗଡ଼ରେ ୪କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।୬୮ ଲକ୍ଷ ଟଙ୍କା ବ୍ୟୟରେ ଆଠଗଡ଼ ଇତିହାସର ମୁକସାକ୍ଷି ଥିବା ଆଠଗଡ଼ ରାଜପ୍ରସାଦର ମୁଖଶାଳାକୁ ମରାମତି କରାଯିବ । ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ନବୀକରଣ, ଆଠଗଡ଼ରେ ସ୍ମାଟ ଶିଶୁ ପାର୍କ, ଆଦର୍ଶ ଶ୍ମଶାନ ଆଦିର ଶିଳାନ୍ୟାସ କରାଯାଇଛି।

ଆଠଗଡ ବ୍ଲକ କାର୍ଯ୍ୟଳୟ ପରିସରରେ ୧୩୩ଟି ଅଙ୍ଗନୱାଡି କେନ୍ଦ୍ରକୁ ରୋଷେଇ ଉପକରଣ ବଣ୍ଟନ ହେବା ସହ ସଠିଲୋ ଗ୍ରାମ ପଞ୍ଚାୟତର ସଠିଲୋରେ ୧୩ଟି, ତାଳବସ୍ତରେ ୪ଟି, କୋରଙ୍ଗାରେ ୬ଟି, କୁଆଁଳରେ ୬ଟି, ବାଇଧିରିପାଟଣାରେ ଗୋଟିଏ ପ୍ରକଳ୍ପକୁ ମିଶାଇ ୩୦ଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି ମନ୍ତ୍ରୀ। ଦୀର୍ଘଦିନ ଧରି ଦାବି ହେଉଥିବା ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଲୋକେ ସରକାର ତଥା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Spread the love