ତୈଳଦର କମିବାରୁ କମିଲା ଭଡ଼ା, ସମସ୍ତ ବର୍ଗର ବସ୍‌ ଭଡ଼ା ହ୍ରାସ କଲେ ସରକାର

ଭୁବନେଶ୍ୱର, ୦୬/୧୧: କମିଲା ବସ୍‌ ଭଡ଼ା । ପୂର୍ବରୁ ତୈଳଦର ବୃଦ୍ଧି କାରଣରୁ ବସ୍‌ ଭଡ଼ା ବୃଦ୍ଧି ହୋଇଥିବା ବେଳେ ବର୍ତ୍ତମାନ ଏଥିରେ ହ୍ରାସ କରିଛନ୍ତି ରାଜ୍ୟ ସରକାର । ସାଧାରଣ ବସ୍‌ କିମି ପାଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହୋଇଛି । ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୯୬ ପଇସାରୁ ୯୧ ପଇସା ହୋଇଛି । ସେହିପରି ଡିଲକ୍ସ ବସ୍‌ର ଭଡ଼ା କିମି ପ୍ରତି ୧.୩୫ ପଇସାରୁ ୧.୨୫ ହୋଇଛି । ଏସି ଡିଲକ୍ସ ୧.୬୩ ପଇସାରୁ ୧.୫୩ ଓ ସୁପର ପ୍ରିମିୟମ୍‌ ୨.୫୩ରୁ ୨.୩୮ ଟଙ୍କା ହୋଇଛି ।    

ଦୀର୍ଘଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦାମ୍‌ରେ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କା ହ୍ରାସ କରିଥିଲେ । ଏହାପରେ ରାଜ୍ୟ ସରକାର ମଧ୍ୟ ଭ୍ୟାଟ୍‌ରେ ୩ଟଙ୍କା ଲେଖାଏଁ ହ୍ରାସ କରିଥିଲେ । ଯାହାକୁ ନେଇ ବସ୍‌ ଭଡ଼ାରେ ମଧ୍ୟ ହ୍ରାସ କରାଯାଇଛି ।

Spread the love