ବିଗ୍-ବିଙ୍କ ଘରେ ଲାଗିଛି ଏହି ପେଣ୍ଟିଂ, ଯାହାର ମୂଲ୍ୟ ୪ କୋଟି…

ନୂଅଦିଲ୍ଲୀ ୦୭।୧୧  :  ବଲିଉଡ୍ ସେଲିବ୍ରେଟିମାନେ ପ୍ରାୟତଃ ମହଙ୍ଗା ଜିନିଷକୁ ଭଲ ପାଆନ୍ତି। ସେ ତାଙ୍କ ସଂଗ୍ରହରେ ପୁରୁଣା ଜିନିଷ ରଖିବାକୁ ପସନ୍ଦ କରନ୍ତି। ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ନିକଟରେ, ଅଭିନେତା ଦୀପାବଳି ଅବସରରେ ସୋସିଆଲ ମିଡିଆରେ ନିଜର ଏକ ପରିବାରର ଏକ ଫଟୋ ସେୟାର କରିଥିଲେ, ହେଲେ ସେହି ସମୟରେ ଏକ ଜିମିଷ ଉପରେ ଦୃଷ୍ଟି ଆକର୍ଷଣ କରିଥିଲା । ​​ଯାହା ତାଙ୍କ ପୃଷ୍ଠଭୂମିର କାନ୍ଥର ଫଟୋରେ ଥିଲା।

ଅମିତାଭ ବଚ୍ଚନଙ୍କ ଦ୍ୱାରା ଫଟୋଟି ସେୟାର ହୋଇଥିଲା। ୦୫ ନଭେମ୍ବର ୨୦୨୧ ରେ ଅମିତାଭ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋରେ ତାଙ୍କୁ ତାଙ୍କ ପରିବାର ସହିତ ଦେଖିବାକୁ ମିଳିଥିଲା । ଏହି ପୁରା ଚିତ୍ରରେ, ତାଙ୍କ ପଛରେ ଥିବା କାନ୍ଥରେ ଏକ ଫଟୋ ଥିଲା ଯାହା ଦେଖି ମନ ଛୁଇଁ ଯାଇଥିଲା। ଯାହା ବହୁତ ସୁନ୍ଦର ଅଟେ। ତେବେ କହି ରଖୁଛୁ କି ବିଗ୍ ବିଙ୍କ ଘରର କାନ୍ଥରେ ଲାଗିଥିବା ଏହି ଫଟୋଟି ସ୍ୱର୍ଗତ ଚିତ୍ରକାର ମଞ୍ଜିତ ବାୱାଙ୍କ ଦ୍ୱାରା କରାଯାଇଥିଲା। ଯାହାକି ଏହି ପେଣ୍ଟିଂର ମୂଲ୍ୟ ୪କୋଟି ଟଙ୍କାର।

ତେବେ ଫଟୋ ସହ କ୍ୟାପସନରେ ଅଭିନେତା ଲେଖିଛନ୍ତି, ପରିବାର ଏକତ୍ର ପ୍ରାର୍ଥନା କରନ୍ତି ଏବଂ ଏକାଠି ରୁହନ୍ତି। ଏହି ଶୁଭ ଅବସରରେ ଶୁଭେଚ୍ଛା, ଦୀପାବଳିର ଶୁଭକାମନା କରନ୍ତୁ। ଏଥି ସହିତ ଶ୍ୱେତା ବଚ୍ଚନ ମଧ୍ୟ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ସମାନ ଥିବା ଦୀପାବଳି ଫଟୋ ପୋଷ୍ଟ କରି ସେୟାର କରିଛନ୍ତି। ଫଟୋରେ ଆମେ ଶ୍ୱେତା ପିତା ଅମିତାଭ, ମାଆ ଜୟା ଏବଂ ଭାଇ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିଛନ୍ତି । ଏହି ସମୟରେ, ସମସ୍ତେ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଛନ୍ତି ।

Spread the love