ଶୀତଦିନେ ନାକ ବନ୍ଦ ହୋଇଯାଇଥିଲେ ଆଦୌ ବ୍ୟସ୍ତ ହୁଅନ୍ତୁନି, ଆପଣାନ୍ତୁ ଏସବୁ ସରଳ ଉପାୟ

ଥଣ୍ଡା ଦିନ ଆସିଲେ ନାକ ବନ୍ଦ ହେବା ସମସ୍ୟା ଆରମ୍ଭ ହୋଇଯାଏ। ଫଳରେ ନିଃଶ୍ୱାସ ନେବାରେ ପ୍ରବଳ ସମସ୍ୟା ହୁଏ। ଠିକ୍‌ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେଇ ନପାରିବାରୁ ଭାରି ବ୍ୟସ୍ତ ବ୍ୟସ୍ତ ମଧ୍ୟ ଲାଗେ। କିଛି ଲୋକ ନାକ ବନ୍ଦ ହୋଇଯିବା କାରଣରୁ ଭିକ୍ସ ଲଗାଇଥାନ୍ତି ତ ଆଉ କିଛି ବାମ୍ଫ ନିଅନ୍ତି। ତେବେ ଆଜି ଆମେ ନାକ ବନ୍ଦ ହୋଇଥିଲେ ଖୋଲିବା ପାଇଁ ଏମିତି କିଛି ସରଳ ଉପାୟ କହିବୁ ଯାହାକୁ ଆପଣାଇଲେ ଆପଣଙ୍କ ନାକ ତୁରନ୍ତ ଫିଟିଯିବ ଓ ନିଃଶ୍ୱାସ ନେବାକୁ ଆରାମ ଲାଗିବ। ଆସନ୍ତୁ ଜାଣିବା କ’ଣ ସେହି ଉପାୟ…
ଷ୍ଟିମ୍‌ ନିଅନ୍ତୁ:ଯଦି ନାକ ବନ୍ଦ ହୋଇଯାଇଛି ଓ ନିଃଶ୍ୱାସ ନେବା ବେଳେ ଆପଣଙ୍କୁ ସମସ୍ୟା ହେଉଛି, ତେବେ ୧୫ ମିନିଟ୍‌ ପାଇଁ ଗରମ ବାମ୍ଫ ନିଅନ୍ତୁ। ଏମିତି କଲେ ମାତ୍ର କିଛି ସମୟରେ ହିଁ ଆପଣଙ୍କୁ ଆରାମ ଲାଗିବ। ଅଧିକ ଅସୁବିଧା ହେଉଥିଲେ ଆପଣ ଏହି ପାଣିରେ ଏକ ନାଜାଲ କ୍ୟାପ୍‌ସୁଲ ମଧ୍ୟ ମିଶାଇ ପାରିବେ।
ଗରମ ପାଣି:
ନାକ ବନ୍ଦ ହୋଇଥିଲେ ଗରମ ପାଣି ପିଅନ୍ତୁ। ଗରମ ପାଣି ପିଇବା ଦ୍ୱାରା ତଣ୍ଟି ଖସ୍‌ ଖସ୍‌ ହେବ ନାହିଁ ଓ ବନ୍ଦ ଥିବା ନାକ ବି ଖୋଲିଯିବ।
ନାକ ସେକନ୍ତୁ:
ଶୀତଦିନେ ନାକ ବନ୍ଦ ହେବା ସମସ୍ୟାର ସାମ୍ନା କରୁଥିଲେ ନାକକୁ ଗରମ କପଡ଼ାରେ ସେକନ୍ତୁ। ଏମିତି କଲେ ମାତ୍ର କିଛି ସମୟ ମଧ୍ୟରେ ହିଁ ଆରାମ ଲାଗିବ।
ଜୁଆଣି ସେକ ନିଅନ୍ତୁ:
ନାକ ବନ୍ଦ ହୋଇଯାଇଥିଲେ ଆପଣ ଜୁଆଣିକୁ ପୁଡ଼ିଆ କରି ମଧ୍ୟ ନାକକୁ ସେକି ପାରିବେ। ଏଥି ପାଇଁ ପ୍ରଥମେ ଏକ କପଡ଼ାରେ ଅଳ୍ପ ଜୁଆଣି ନିଅନ୍ତୁ। ଏହାକୁ ପୁଡ଼ିଆ ଭଳି କରି ଦିଅନ୍ତୁ। ଏବେ ଏକ ତାଓ୍ଵାକୁ ଗରମ କରି ଜୁଆଣିକୁ ଧିମା ଆଞ୍ଚରେ ସେକନ୍ତୁ। ହାଲ୍‌କା ଧୂଅାଁ ବାହାରିଲେ ତାହାକୁ ନାକ ଉପରେ ଧୀରେ ଧୀରେ ସେକନ୍ତୁ। ଆରାମ ଲାଗିବା ସହ ନାକ ବି ଖୋଲିଯିବ। ଫଳରେ ନିଃଶ୍ୱାସ ନେବାରେ ଆଉ ଅସୁବିଧା ହେବ ନାହିଁ।

Spread the love