ମମିତା ମେହେର ହତ୍ୟାକାଣ୍ଡ ଘଟଣା, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ

ରାଇରଙ୍ଗପୁର ୦୮।୧୧: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶଙ୍କୁ ତଦନ୍ତ ପରିସରକୁ ଆଣିବା ସହ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି ଉଠିଛି । ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି ଯୁବମୋର୍ଚ୍ଚା ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ  । ଏହାସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ଯୁବମୋର୍ଚ୍ଚା।

ଖବର ଅନୁଯାୟୀ, ମୃତ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ  ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରୁ ଏକ ଶୋଭାଯାତ୍ରାରେ ବିଜେପି ନେତା କର୍ମୀ ମାନେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହାପରେ ରାଜ୍ୟ ସରକାରଙ୍କ  ଆଇନ ଶୃଙ୍ଖଳା ବିପର୍ଯ୍ୟୟ, ନାରୀ ନିର୍ଯ୍ୟାତନା, ଦୁର୍ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ମମିତା ହତ୍ୟାକାଣ୍ଡରେ ସମ୍ପୁକ୍ତ ଥିବା ମନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ମଣ୍ଡଳୀରୁ ବହିଷ୍କାର ନକରିବା ଯାଏଁ ବିଜେପି ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଧାୟକ ନବ ଚରଣ ମାଝୀ ସୂଚନା ଦେଇଛନ୍ତି ।

Spread the love