ପୁରୀକୁ ଗଡ଼ିବ ଅଧିକ ୨୦୦ ବସ୍‌

ଜୁଲାଇ ୪ ତାରିଖରେ  ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଗମନାଗମନକୁ ଦୃଷ୍ଟିରେ ରଖି ପୁରୀକୁ ଅଧିକ ୨୦୦ ବସ୍‌ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଆଜି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପୁରୀ ଏସ୍‌ପି ଓ ଦ୍ୱୈତନଗରୀ (କଟକ, ଭୁବନେଶ୍ୱର)ର ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ।

ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ତେବେ ସମସ୍ତ ବସ୍‌ ଗୁଡ଼ିକ ପରସ୍ପର ଭିତରେ ସମନ୍ୱୟ ରକ୍ଷା କରିବା ଉପରେ ବେଶୀ ଗୁରୁତ୍ୱ ଦିଆଯାଇଥିଲା। ଘୋଷଯାତ୍ରା ବେଳେ ନିର୍ଦ୍ଧାରିତ ବସ୍‌ ଭଡ଼ାଠାରୁ ଅଧିକ ଭଡ଼ା ଆଦାୟ କଲେ ଦଣ୍ଡିତ କରାଯିବ ବୋଲି ଆର୍‌ଡିସି କହିଛନ୍ତି।

ତାଳବଣିଆଠାରୁ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟ ଘରୋଇବସ୍‌ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।

Spread the love