ମୋଟାପଣ ଠାରୁ ଆରମ୍ଭ କରି ମଧୁମେୟ ରୋଗ ପର୍ଯ୍ୟନ୍ତ, ଅନେକ ରୋଗ ଦୂର କରିଥାଏ ଡ୍ରାଗନ୍ ଫ୍ରୁଡ୍

ଯଦି ଆପଣ ଜଣେ ମଧୁମେହ ରୋଗୀ ଓ ଆପଣଙ୍କର ମୋଟାପଣ ଦ୍ୱାରା ବିଭିନ୍ନ ଅସୁବିଧାରେ ପଡୁଛନ୍ତି, ତେବେ ଆଜିଠାରୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ଡ୍ରାଗନ୍ ଫ୍ରୁଡ୍ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ , ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରି ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରିଥାଏ ।ଡ୍ରାଗନ୍ ଫ୍ରୁଡ୍ ରେ ଥିବା ଭିଟାମିନ୍ ସି ମଧ୍ୟ ବୃଦ୍ଧାବସ୍ଥାକୁ ହ୍ରାସ କରି ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଡ୍ରାଗନ୍ ଫ୍ରୁଡ୍ ଖାଇ ଦ୍ୱାରା ଶରୀରକୁ କେଉଁ ଆଶ୍ଚର୍ଯ୍ୟଜନକ ଉପକାର ମିଳିଥାଏ ।
ମଧୁମେହକୁ ନିୟନ୍ତ୍ରଣ କରେ
ଡ୍ରାଗନ୍ ଫ୍ରୁଡ୍  ଫ୍ଲାଭୋନାଏଡ୍, ଫେନୋଲିକ୍ ଏସିଡ୍, ଆସ୍କୋରବିକ୍ ଏସିଡ୍ ଏବଂ ଫାଇବର ଥାଏ। ଏହି ସମସ୍ତ ଉପାଦାନ ରକ୍ତରେ ସର୍କରା ପରିମାଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ପଶୁ ଭିତ୍ତିକ ଅଧ୍ୟୟନରୁ ଜଣାପଡିଛି ଯେ ଡ୍ରାଗନ୍ ଫ୍ରୁଡ୍ ଅଗ୍ନାଶୟ ବିଟା କୋଷର ବିକାଶ କରି ମୋଟାପଣର ଆଶଙ୍କା ହ୍ରାସ କରି ଏକ ମଧୁମେହ ବିରୋଧୀ ପ୍ରଭାବ ସୃଷ୍ଟି କରିଥାଏ।
ହୃଦୟକୁ ସୁସ୍ଥ ରଖେ
ଡ୍ରାଗନ୍ ଫ୍ରୁଡ୍ ରେ ମିଳୁଥିବା ଛୋଟ ଛୋଟ କଳା ମଞ୍ଜିଗୁଡ଼ିକ ଓମେଗା -୩ ଏବଂ ଓମେଗା -୯ ଫ୍ୟାଟି ଏସିଡ୍ର ଉତ୍ତମ ଉତ୍ସ, ଯାହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ମୋଟାପଣ ଆଖି ସମସ୍ୟାକୁ ଦୂର କରିବ ଏହି ସହଜ ଉପାୟ<ହେଙ୍ଗୁର ବି ରହିଛି ଅନେକ ସାଇଡ୍ ଇଫେକ୍ଟ, ଖାଇବା ପୂର୍ବରୁ ଥରେ ନିଶ୍ଚୟ… ପିଲାଙ୍କ ପାଇଁ ଘରେ ବନାନ୍ତୁ ଟେଷ୍ଟୀ ବ୍ରେଡ ପିଜା, ଘରେ ପାଇବେ ବଜାର… ସୁଗାର ଲେବଲ କମାଇବା ବଦଳରେ ବଢ଼ାଇଦିଏ ଏହି ହେଲଦି ଖାଦ୍ୟ, ଡାଇବେଟିସ ଡ୍ରାଗନ୍ ଫ୍ରୁଡ୍ ରେ ଥିବା ଫାଇବର ଏବଂ ଅନେକ ଭିଟାମିନ୍ ହଜମ ପ୍ରକ୍ରିୟାକୁ ଭଲ ଭାବରେ ବଜାୟ ରଖିବାରେ ସାହାଯ୍ୟ କରେ । ପେଟ ଏବଂ ଅନ୍ତନଳୀରେ ଏକ ଭଲ ମାଇକ୍ରୋବାୟୋମକୁ ପ୍ରୋତ୍ସାହନ ଦେଇ ଏହା ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଡ୍ରାଗନ୍ ଫ୍ରୁଡ୍ ରେ ଥିବା ବିଟା ସିଆନିନ ପେଟରେ ଭଲ ବ୍ୟାକ୍ଟେରିଆ ବୃଦ୍ଧି କରି ମେଦବହୁଳତା ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆର୍ଥ୍ରାଇଟିସ୍ ଡ୍ରାଗନ୍ ଫ୍ରୁଡ୍  ଆଣ୍ଟି -ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ଅଟେ ଯାହା ଆଣ୍ଠୁ ଗଣ୍ଠି ଫୁଲା ଏବଂ ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରେ। ରିମାଟଏଡ୍ ଆର୍ଥ୍ରାଇଟିସରେ ପୀଡିତ ଲୋକମାନେ ଡ୍ରାଗନ୍ ଫ୍ରୁଡ୍ ଖାଇ ଯନ୍ତ୍ରଣାକୁ ବହୁ ମାତ୍ରାରେ ହ୍ରାସ କରିପାରିବେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଡ୍ରାଗନ୍ ଫ୍ରୁଡ୍ ରେ ଥିବା ଭିଟାମିନ୍-ସି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ବାର୍ଦ୍ଧକ୍ୟର ପ୍ରଭାବକୁ ହ୍ରାସ କରେ ଡ୍ରାଗନ୍ ଫ୍ରୁଡ୍ ଯାହାକି ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଅଟେ । ଏଥିରେ ମିଳୁଥିବା ଭିଟାମିନ୍ କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ଠିକ କରିଥାଏ ଏବଂ ଚର୍ମକୁ ବାର୍ଦ୍ଧକ୍ୟର ପ୍ରଭାବରୁ ରକ୍ଷା କରିଥାଏ।

Spread the love