ଗଣଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ପୀଡ଼ିତାଙ୍କୁ ମିଳିବ କ୍ଷତିପୂରଣ

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଗଣଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ୨୦ ବର୍ଷୀୟା ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୁବତୀଙ୍କର ସ୍ବାସ୍ଥ୍ୟର ଉପଯୁକ୍ତ ଚିକିତ୍ସା ନେଇ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତମ ଚିକିତ୍ସା ସହ ପ୍ରସବ କରାଇବା ପାଇଁ ବ୍ୟବସ୍ଥା କରାଯିବ । ସେଥିପାଇଁ କଟକ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନସେବା ପ୍ରାଧିକରଣ ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯିବ । ଗତ ଏପ୍ରିଲ ୧୪ ତାରିଖରେ କଟକରେ ହୋଇଥିଲା ଗଣଦୁଷ୍କର୍ମ । ପୋଲିସ ଗର୍ଭପରୀକ୍ଷା କରାଇବା କିମ୍ବା ଆଇନସେବା ପ୍ରାଧିକରଣର ସାହାଯ୍ୟ ନେବାକୁ ପରାମର୍ଶ ଦେଇନଥିଲା । କୋର୍ଟକୁ ଏହାକୁ ସମାଲୋଚନା କରିବା ସହ କୌଣସି ଦୁଷ୍କର୍ମ ପିଡିତା ଆସିଲେ ପୋଲିସ ପ୍ରଥମେ ଏହି ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗର୍ଭପାତ କରାଇବାକୁ ଅନୁମତି ପାଇଁ ହାଇକୋର୍ଟରେ ଆବେଦନ କରିଥଲେ ପୀଡ଼ିତା ।

Spread the love