୧୪ ଇଂଜିନିୟରଙ୍କୁ ଚାକିରୀର ୬ବର୍ଷ ପରେ ବହିଷ୍କାର ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ବୋର୍ଡରେ ନିଯୁକ୍ତ ୧୪ ଇଂଜିନିୟରଙ୍କୁ ଚାକିରୀର ୬ବର୍ଷ ପରେ ବହିଷ୍କାର ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ଆବେଦନକାରୀ କାର୍ଯ୍ୟରତ ଥିବା ପଦବୀ ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ଓଏସ୍‌ଏଏମ୍‌ ବୋର୍ଡକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.କେ.ମଲ୍ଲିକ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡିସେମ୍ବର ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୧୫, ମେ ୫ ତାରିଖରେ ଓଏସ୍‌ଏଏମ୍‌ ବୋର୍ଡ ପକ୍ଷରୁ ଇଂଜିନିୟର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଆଧାରରେ ଓଏସ୍‌ଏଏମ୍‌ ବୋର୍ଡରେ ଇଂଜିନିୟରମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଓଏସ୍‌ଏଏମ୍‌ ବୋର୍ଡ ଅଧ୍ୟକ୍ଷ ତଥା ସମବାୟ ମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ଏହି ଇଂଜିନିୟରଙ୍କୁ ନିଯୁକ୍ତି ଦିଆଯାଇଥିଲା।

RELATED POSTS
ସରିଲା ଧର୍ମମାସ, ଆଜି ଛାଡ଼ଖାଇ: ଶନିବାର ଯୋଗୁ ଦୋକାନରେ ମଧ୍ୟମ ଧରଣର…

Nov 20, 2021
ଆଜି ସ୍ମାର୍ଟ ସେବାରେ ଯୋଡ଼ି ହେବ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା,…

Nov 20, 2021
ନବମ ଓ ଦଶମ ଶ୍ରେଣୀର ପ୍ରଥମ ସମେଟିଭ୍ ଆସେସ୍‌ମେଣ୍ଟ ପାଇଁ ବୋର୍ଡର…

Nov 20, 2021
ବାଂଶପାଳ ରେଙ୍ଗାଳ ବେଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ବାଇକ…

Nov 19, 2021
କିନ୍ତୁ ଅନିୟମିତତା ଅଭିଯୋଗ ପରେ ନିଯୁକ୍ତି ପ୍ରସଂଗରେ ୨୦୧୮ରେ ତଦନ୍ତ କରାଯାଇଥିଲା । ତଦନ୍ତରୁ ଅନିୟମିତତା ନେଇ କୌଣସି ପ୍ରମାଣ ମିଳି ନଥିଲା। ଏହାପରେ ପୁଣି ୨୦୧୯ରେ ଆଉ ଏକ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ତତ୍କାଳୀନ ସମବାୟ ମନ୍ତ୍ରୀଙ୍କ ଅନୁମୋଦନ ପରେ ନିଯୁକ୍ତି ଦିଆଯାଇଥିଲା ଓ ଅନିୟମିତତା ନେଇ କିଛି ପ୍ରମାଣ ନାହିଁ। ବର୍ତ୍ତମାନର ସମବାୟ ମନ୍ତ୍ରୀ ପୁଣି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଥର ତଦନ୍ତ ରିପୋର୍ଟରେ ଅନିୟମିତତା ହୋଇଥିବା ଦର୍ଶାଯାଇ ୨୦୧୫, ମେ ୫ ବିଜ୍ଞପ୍ତି ଆଧାରରେ ନିଯୁକ୍ତ ଇଂଜିନିୟରମାନଙ୍କୁ ଚାକିରିରୁ ବହିଷ୍କାର ପାଇଁ ସୁପାରିଶ କରାଯାଇଥିଲା ।

ସରକାର ଏହି ରିପୋର୍ଟକୁ ଗ୍ରହଣ କରିଥିଲେ । ଏଥି ସହିତ ୨୦୨୧, ନଭେମ୍ବର ୯ରେ ଏପରି ରିପୋର୍ଟ ଆଧାରରେ ପଦକ୍ଷେପ ଗ୍ରହଣ କରିବାକୁ ଓଏସ୍‌ଏଏମ୍‌ ବୋର୍ଡ ସଦସ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ୧୪ ଜଣ ଇଂଜନିୟର ଚାକିରି ହରାଇବା ଆଶଙ୍କା ଦେଖା ଦେଇଥିଲା। ଆବେଦନକାରୀ ସରକାରଙ୍କ ୨୦୨୧, ନଭେମ୍ବର ୧୧ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସଂଗ୍ରାମଜିତ ସେନାପତି ସହାୟତା କରୁଛନ୍ତି।

Spread the love