ଶରୀରରୁ ଅତିରିକ୍ତ ତାପମାତ୍ରା ବାହାର କରିବା ସହିତ ତ୍ୱଚାକୁ କୋମଳ ଓ ସୁନ୍ଦର କରିଥାଏ “ମାଟି ଫୁଟ୍‌ ପ୍ୟାକ”

ଆମେ ସମସ୍ତେ ନିଜ ଶାରୀରିକ ସମସ୍ୟାକୁ ନେଇ ଯେତିକି ଚିନ୍ତିତ ଥାନ୍ତି ତାଠାରୁ ଅଧିକ ଧ୍ୟାନ ଆମର ବାହାରର ସୌନ୍ଦର୍ଯ୍ୟକୁ  ଯାଇଥାଏ। ତେବେ ତ୍ୱଚାକୁ ସୁନ୍ଦର ଓ ସଫା ରଖିବା ପାଇଁ ଅନେକ ଜଣ ବିଭିନ୍ନ ଉପାୟ ବାଛିଥାନ୍ତି। କିଛି ଉପାୟ ଏମିିତି ରହିଛି ଯାହା କେବଳ ତ୍ୱଚାର ବାହାର ଅଂଶକୁ ନୁହେଁ ବରଂ ଭିତରୁ ମଧ୍ୟ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଆମ ଶରୀରରେ ଟକ୍ସିନ ବଢ଼ିବା କାରଣରୁ ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଯାହାର ଖରାପ ପ୍ରଭାବ ଆମର ମସ୍ତିଷ୍କ, ତ୍ୱଚା ଆଦି ଶରୀରର ବିଭିନ୍ନ ଅଙ୍ଗରେ ପଡ଼ିଥାଏ। ଏହି ଟକ୍ସିନକୁ ବାହାର କରିବା ସବୁଠୁ ଜରୁରୀ ହୋଇଥାଏ । ଏଥିପାଇଁ ଆମ ଶରୀରକୁ ଡିଟକ୍ସ ରଖିବା ନିହାତି ଆବଶ୍ୟକ। ତେବେ ଏଥିପାଇଁ ଆମେ ଆଜି ଆପଣଙ୍କୁ ଏକ ଉପାୟ କହିବୁ। ଯାହାକୁ ମାନି ଆପଣ ନିଜ ଶରୀରକୁ ଡିଟକ୍ସ କରିପାରିବେ। ଏହି ଉପାୟ ଦ୍ୱାରା ଆପଣଙ୍କୁ ଜବରଦସ୍ତ ଫାଇଦା ମିଳିବ.

ଆମେ କହୁଛୁ mud foot pack କଥା। ମାନେ ମାଟିରେ ତିଆରି ଏକ ଘରୋଇ ପ୍ୟାକ। ଯାହାକୁ ଆପଣ ନିଜ ପାଦରେ ଲଗାଇପାରିବେ। ଏହାକୁ ଲଗାଇବାଦ୍ୱାରା ଶରୀରରେ ଥିବା ଟକ୍ସିନ ଏହି ମାଟି ପ୍ୟାକ ଦ୍ୱାରା ବାହାରକୁ ଚାଲିଆସେ। ତେବେ ଏହାକୁ ଆପଣ ବଜାରରୁ ଖୁବ ସହଜରେ କିଣିପାରିବେ। ଏହା ବଦଳରେ ଆପଣ ମଡ ଫେସ ପ୍ୟାକକୁ ମଧ୍ୟ ପାଦରେ ଲଗାଇପାରିବେ। ଏଥିପାଇଁ ସାବୁନରେ ପ୍ରଥମେ ନିଜ ପାଦକୁ ଭଲ ଭାବେ ସଫା କରି ଦିଅନ୍ତୁ । ପରେ ମାଟିର ପ୍ୟାକକୁ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ଏହାକୁୂ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ପରେ ଯେଉଁସବୁ ଫାଇଦା ମିଳେ ସେ ସମ୍ପର୍କରେ ଜାଣି ନିଅନ୍ତୁ।

-ଏହାକୁ ଲଗାଇବା ଦ୍ୱାରା ଶରୀରରୁ ଟକ୍ସିନ ବାହାରି ଯାଇଥାଏ। ତେବେ ଏହାର ପ୍ରଥମ ପ୍ରଭାବ ସ୍କିନ ଉପରେ ପଡ଼ିଥାଏ। ପ୍ୟାକ ଲଗାଇବା ପରେ ତ୍ୱଚା ଗ୍ଲୋ କରିବା ଆରମ୍ଭ ହୁଏ।
-ମାଟି ଲଗାଇବା ପରେ ଶରୀରରୁ ଅତିରିକ୍ତ ଗରମ ବାହାରି ଯାଇଥାଏ। ଯାହାଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଯାଏ। କୁଲିଂ ଇଫେକ୍ଟ ଭଲ ଭାବେ ପଡ଼ିଥାଏ।
– ପାଦରେ ମାଟିର ପ୍ୟାକ ଲଗାଇବା ଦ୍ୱାରା ଏହା ସଫା ହୋଇଯାଏ। ପାଦରୁ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯାଏ। ଏହା ଦ୍ୱାରା ତ୍ୱଚାରୁ ଝାଳ ବାହାରିବା ସମସ୍ୟା ମଧ୍ୟ ଦୂର ହୋଇଯାଏ। ଏହାସହ ପାଦ କୋମଳ ସହ ସୁନ୍ଦର ଦେଖାଯାଏ। ଟ୍ୟାନ ସ୍କିନ ମଧ୍ୟ ରିମୁଭ ହୋଇଯାଇଥାଏ।

Spread the love