ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଏକାମ୍ର ମହାବିଦ୍ୟାଳୟ ସାମ୍ନାରେ ଅଶୋକ ପଣ୍ଡାଙ୍କୁ ବିଜେପି କର୍ମୀଙ୍କ ବିରୋଧ

ଭୁବନେଶ୍ବର: ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜଧାନୀର ଏକାମ୍ର ମହାବିଦ୍ୟାଳୟ ସାମ୍ନାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଏଠାରେ ବିରୋଧ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳା ପତାକା ଦେଖାଇବାକୁ ଆସିଥିବା ବିଜେପି କର୍ମୀମାନେ ଅଶୋକ ପଣ୍ଡା ଗୋ ବ୍ୟାକ୍ ନାରା ଦେଇଥିଲେ।

ଏହାପରେ କେତେକ ବିଜେଡି କର୍ମୀ ସେଠାରେ ବିଜେପି କର୍ମୀମାନଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ତାପରେ ବିଜେପି କର୍ମୀମାନଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏହାର ପ୍ରତିବାଦରେ ବିଜେପି ମହିଳା କର୍ମୀ ରାସ୍ତାରେ ବସିଥିଲେ।

Spread the love