ଭଦ୍ରକ ଜିଲ୍ଲାବାସୀ ପାଇବେ BSKY ସ୍ମାର୍ଟ କାର୍ଡ, ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭଦ୍ରକ ୨୬।୧୧: ଭଦ୍ରକ ଜିଲ୍ଲାରେ ବଣ୍ଟାଯିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ । ଶୁକ୍ରବାର ସନ୍ଧ୍ୟା ବେଳେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ।

ଏହି କାର୍ଯ୍ୟକ୍ରମ ପାଇଁ ଭଦ୍ରକ ସହରର ନେହେରୁ ଷ୍ଟାଡିୟମଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୁରୁବାର ଜିଲ୍ଲାପାଳଙ୍କ ସହ ଭଦ୍ରକ ବିଧାୟକ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ମନ୍ତ୍ରୀ ଉପସ୍ଥିତ ରହିବେ । ତେବେ ପ୍ରାୟ ୩ ଲକ୍ଷ ୨୬ ହଜାର ୧୯୨ ଜଣ  ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ ।  ଜିଲ୍ଲାର ୭ ବ୍ଲକରେ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ଉନ୍ନତିକରଣ ପାଇଁ ପ୍ରାୟ ୨୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ୧୫୯ଟି ପ୍ରକଳ୍ପର ଶୁଭ ଉଦଘାଟନ ସହ ୧୧୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି ।

Spread the love