ଦିଲ୍ଲୀ ବିମାନବନ୍ଦରରେ ହେଲା ଏକକାଳୀନ ୧୫ଶହ ଯାତ୍ରୀଙ୍କ ରହଣୀ ବ୍ୟବସ୍ଥା

ନୂଆଦିଲ୍ଲୀ ୩୦।୧୧:  କରୋନା ଭାଇରସ ମହାମାରୀର ନୂଆ ପ୍ରକାର ‘ଓମିକ୍ରନ’ ଏବେ ନିଦ ହଜେଇ ଦେଇଛି। ଗତବର୍ଷ ଡେଲ୍ଟା ଭାଇରସ ପରି ଏହା ଯେପରି ଦେଶରେ ବ୍ୟାପୀ ନ ଯାଏ ସେଥିଲାଗି କଡ଼ା ସତର୍କତା ଅବଲମ୍ବନ କରାଯାଉଛି। ଏହି କ୍ରମରେ ବିଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ଲାଗି ନୂଆ ଗାଇଡଲାଇନ ଜାରି ହୋଇଥିବା ବେଳେ ନଭେମ୍ବର ୩୦ ମଧ୍ୟରାତ୍ରରୁ ଦେଶର ସବୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲାଗୁ ହେବ।

ଏହି କ୍ରମରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ  ବିମାନ ବନ୍ଦରରେ ଏକକାଳୀନ ୧୫ଶହ ଯାତ୍ରୀଙ୍କ ରହଣୀ ଲାଗି ବ୍ୟବସ୍ଥା କରାଯାଇଛି। ସଂକଟଗ୍ରସ୍ତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ବିମାନ ବନ୍ଦରରୁ ସେ ପର୍ଯ୍ୟନ୍ତ ବାହାରକୁ ଛଡ ଯିବନି ଯେ ପର୍ଯ୍ୟନ୍ତ ସେମାନଙ୍କ ଆରଟି-ପିସିଆର ରିପୋର୍ଟ ନଆସିଛି। ରିପୋର୍ଟ ଆସିବା ପର୍ଯ୍ୟନ୍ତ ବିମାନ ବନ୍ଦର ପରିସରରେ ସେମାନଙ୍କୁ ରହିବାର ବ୍ୟବସ୍ଥା ଦିଆଯିବ। ରିପୋର୍ଟ ମିଳିବା ପରେ ହୁଏତ ସେମାନେ ବିମାନବନ୍ଦରରୁ ବାହାରକୁ ଯାଇପାରନ୍ତି ଅଥବା ଅନ୍ୟ ବିମାନରେ ନିଜ ଗନ୍ତବ୍ୟରେ ଯାତ୍ରା କରିପାରନ୍ତି।

ତେବେ ସିଧା ଗନ୍ତବ୍ୟରେ ପହଞ୍ଚିଥିବା ଯାତ୍ରୀଙ୍କୁ ବିମାନ ବନ୍ଦରରେ ଅଟକାଇ ରଖା ଯିବ। ଏଥିଲାଗି ଯାତ୍ରୀପିଛା ୧୭ ଟଙ୍କା ଶୁଳ୍କ ଅସୁଲ କରାଯିବ। ଏଥିରେ ଯାତ୍ରୀଙ୍କ ରହଣୀକାଳୀନ  ଖାଦ୍ୟ ପାନୀୟ ସମେତ ଆରଟି-ପିସିଆର ପରୀକ୍ଷଣ ରିପୋର୍ଟ ବାବାଦ ଦେୟ ମଧ୍ୟ ସାମିଲ। ଏଥିଲାଗି ଆଇଜିଆଇଏ ବିମାନ ବନ୍ଦରରେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି। ଏଥିରେ ଗାଇଡଲାଇନ  ପାଳନ ନିମନ୍ତେ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଭୌତିକ ଦୂରତ୍ୱ ରକ୍ଷା ସମେତ ଅନ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି।

ତେବେ ବିମାନ ବନ୍ଦରରେ ଏକକାଳୀନ ୧୪ଶହରୁ ୧୫ଶହ ଯାତ୍ରୀଙ୍କୁ ରଖା ଯାଇପାରିବ ବୋଲି ଜନୈକ ଅଧିକାରୀ କହିଛନ୍ତି। ଏଥିରେ ସଂକଟଗ୍ରସ୍ତ ଦେଶରୁ ଆସିଥାନ୍ତୁ କି ଅନ୍ୟ ଦେଶରୁ ଅନ୍ତର୍ଜାତୀୟ ଯାତ୍ରାରେ ଆସିଥିବା ଯାତ୍ରୀଙ୍କ ରହଣୀ ନିମନ୍ତେ ସମସ୍ତ ପ୍ରବନ୍ଧ କରିହେବ। ଏଥିରେ ଯାତ୍ରୀଙ୍କୁ ବେଶି ହେଲେ ବିମାନ ବନ୍ଦରରେ ୬ ଘଣ୍ଟା ଅପେକ୍ଷା କରିବାକୁ ପଡିବ। ସେହି ସମୟରେ ଯାତ୍ରୀ ବିମାନ ବନ୍ଦରରେ ସେମାନଙ୍କ ଆରଟି-ପିସିଆର ରିପୋର୍ଟକୁ ଅପେକ୍ଷା କରିପାରିବେ।

Spread the love