ବିକ୍କି-କ୍ୟାଟଙ୍କ ବାହାଘରରେ ସଲମାନଙ୍କ ମୁଣ୍ଡରେ ଗୁରୁ ଦାୟିତ୍ୱ, ସାହାଯ୍ୟରେ ଜୁଟିଲା ପୁରା ଟିମ୍

ମୁମ୍ବାଇ ୦୬/୧୨ : ବର୍ତ୍ତମାନ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି। ଷ୍ଟାରଙ୍କ ବିବାହକୁ ନେଇ ପ୍ରଶଂସକ ବି ବହୁତ ଉତ୍ସାହିତ। ପ୍ରଶଂସକ ବିବାହ ସମ୍ବନ୍ଧୀୟ ସବୁ ଅପଡେଟକୁ ଜଗି ବସିଛନ୍ତି। ବିକ୍କି-କ୍ୟାଟଙ୍କ ବାହାଘରରେ ସାଜସଜ୍ଜାଠୁ ଆରମ୍ଭ କରି ଖାଇବା-ପିଇବା ବ୍ୟବସ୍ଥା, ଆଉଟଫିଟ, ଅତିଥି ତାଲିକା, ଭେନ୍ୟୁ ଓ ସୁରକ୍ଷାକୁ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି।

ଇତି ମଧ୍ୟରେ ଦୁହିଁଙ୍କ ବିବାହକୁ ନେଇ ଆଉ ଏକ ଖବର ଆସିଛି। ସମସ୍ତେ ଜାଣିଛନ୍ତି ଯେ ଆଗରୁ କ୍ୟାଟ୍ରିନାଙ୍କ ସମ୍ପର୍କ ସଲମାନ ଖାନଙ୍କ ସହ ଥିଲା। ଏହି ସମ୍ପର୍କ ଏବେ ଇତିହାସ ହୋଇଗଲାଣି। କିନ୍ତୁ ଏଜି ବି ଦୁହିଁଙ୍କ ମଧ୍ୟରେ ବନ୍ଧୁତା ରହିଛି। ବନ୍ଧୁତା ସତ୍ତ୍ୱେ ସଲମାନଙ୍କୁ ବାହାଘରକୁ ଆମନ୍ତ୍ରିତ କରାଯାଇନି। ତଥାପି ସଲମାନ ଖାନ ନିଜ ବନ୍ଧୁତା ରକ୍ଷା କରିଛନ୍ତି।

ସୂଚନା ଅନୁଯାୟୀ ସଲମାନ ଖାନ କ୍ୟାଟ୍ରିନାଙ୍କ ବାହାଘରରେ ସ୍ୱେକ୍ୟୁରିଟି ଦାୟିତ୍ୱ ନେଇଛନ୍ତି। ଭାଇଜାନଙ୍କ ପର୍ଶନାଲ ଗାର୍ଡ ଶେରା ବିକ୍କି-କ୍ୟାଟଙ୍କ ବାହାଘରରେ ଆବଶ୍ୟକ ଓ ଅତିରିକ୍ତ ସୁରକ୍ଷା ପ୍ରଦାନ କରିବେ। ଦୁହେଁ ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। ସୋମବାର ଦିନ ଉଭୟ ପରିବାର ରାଜସ୍ଥାନରେ ପହଞ୍ଚିଛନ୍ତି।

ସଲମାନଙ୍କ ବଡିଗାର୍ଡ ଶେରା ‘ଟାଇଗର ସିକ୍ୟୁରିଟି’ ନାଁରେ ନିଜର ସିକ୍ୟୁରିଟି କମ୍ପାନୀ ଚଳାନ୍ତି। ସେ ସିକ୍ସ ସେନ୍ସେସ ଦୁର୍ଗରେ ସୁରକ୍ଷା ଦାୟିତ୍ୱ ନେବେ। ତେବେ ପ୍ରାଇଭେଟ ସିକ୍ୟୁରିଟି ସହ ବରୱାରା ପୋଲିସ ମଧ୍ୟ ନିୟୋଜିତ ହେବ କାରଣ କାର୍ଯ୍ୟକ୍ରମରେ ଅନେକ ବି-ଟାଉନ୍ ସେଲିବ୍ରିଟି ଏବଂ ଭିଭିଆଇପି ଉପସ୍ଥିତ ରହିବେ।

Spread the love