STF ପଞ୍ଝାରେ ହାତୀ ଦାନ୍ତ ଚାଲାଣକାରୀ : ଗୋଟିଏ ଦାନ୍ତ ଜବତ, ଜଣେ ଅଟକ
ଭୁବନେଶ୍ବର ୮।୧୨: ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ଚାଲାଣକାରୀ । ବଲାଙ୍ଗୀର ଜିଲ୍ଲାରେ ହାତୀଦାନ୍ତ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଯୁବକକୁ ଗିରଫ କଲା ପୋଲିସ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଏସଟିଏଫର ଚଢାଉ । ଏସଟିଏଫ ଦ୍ବାରା ବିପୁଲ ବାଗ ନାମକ ଯୁବକ ଅଟକ । ବିପୁଲ ନିକଟରୁ ଗୋଟିଏ ହାତୀ ଦାନ୍ତ ଜବତ କରିଛି ଏସଟିଏଫ । ଜବତ ହାତୀ ଦାନ୍ତର ଓଜନ ପ୍ରାୟ ୯ କିଲୋ ହେବ ବୋଲି ଜଣାପଡିଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୧୨ଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ । ଏହାସହ ୨୧ଟି ବାଘ ଛାଲ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ୪୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।