ଅନଲାଇନରେ ମିଳିବ ସାମାଜିକ କାର୍ଯ୍ୟକ୍ରମ ପାଇଁ ଅନୁମତି

ଭୁବନେଶ୍ୱର ୧୧/୧୨: ସ୍ମାର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା। ଅନଲାଇନ୍ ଜରିଆରେ ମିଳିବ ସାମାଜିକ କାର୍ଯ୍ୟକ୍ରମ ପାଇଁ ଅନୁମତି। ରାଜଧାନୀ ବାସିନ୍ଦାଙ୍କ ପାଇଁ ମିଳିବ ଏହି ସୁବିଧା। ବିବାହ, ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପାଇଁ ମିଳିବ ଅନୁମତି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଯାହା ମାଧ୍ୟମରେ ଆପଣଙ୍କ ସ୍ମାର୍ଟ ଡିଭାଇସର ଆରମ୍ଭରୁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ସିଷ୍ଟମ ମାଧ୍ୟମରେ ଏହି ଅନୁମତି ମିଳିପାରିବ। ଏଥିପାଇଁ ନିର୍ଦ୍ଧାରିତ ୱେବ ସାଇଟ permissions.bhubaneswar.meରେ ଲଗଇନ୍ କରିବାକୁ ପଡ଼ିବ। ବିଏମସି କମିଶନର ଶ୍ରୀ ସଞ୍ଜୟ କୁମାର ସିଂ କହିଛନ୍ତି ଯେ “ ବିଏମସି ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନର ଅନଲାଇନ୍ ମଡ୍ୟୁଲ୍ ନାଗରିକମାନଙ୍କୁ ବହୁତ ସାହାଯ୍ୟ କରିବ। ଏହି ବ୍ୟବସ୍ଥା ଜନ ସାଧାରଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ଥ ହେବ ।

Spread the love