ବଟି ମାଗି ୱେବ୍‌ ଚ୍ୟାନେଲ୍‌ର ବ୍ଲକ୍‌ ପ୍ରତିନିଧି ଗିରଫ, ଜାତିଆଣକୁ ନେଇ କରିଥିଲେ ଆକ୍ଷେପ

ଉମରକୋଟ, ୧୪/୧୨: ଠିକାଦାରଙ୍କୁ ଯୋର୍ ଜବରଦସ୍ତ ବଟି ମାଗିବା ଏବଂ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ ଯୋଗେ ଜାତିଆଣ ଆକ୍ଷେପ କରିବା ମହିଳା ସାମ୍ବାଦିକାଙ୍କୁ ମହଙ୍ଗା ପଡିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନାରେ ଏଭଳି ଏକ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ସାମ୍ବାଦିକା ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ପ୍ରକାରେ, ମାମୁନୀ ଚକ୍ରବର୍ତ୍ତୀ ନାମକ ଜଣେ ସାମ୍ବାଦିକା ପ୍ରତିଜ୍ଞା ଟିଭି ୱେବ ରିପୋର୍ଟର ହୋଇଥିବା ବେଳେ ରାଇଘର ଗୋନା ଅଞ୍ଚଳର ଜଗନ୍ନାଥ ନାୟକ ନାମକ ଜଣେ ଠିକାଦାରଙ୍କୁ ଯୋର୍ ଜବରଦସ୍ତ ୧୦ ହଜାର ଟଙ୍କା ବଟି ମାଗିଥିଲେ । ଠିକାଦାର ମୋବାଇଲ ଚାର୍ଜରେ ବସାଇ ବାହାରକୁ ଯାଇଥିବା ସମୟରେ ଗତ ୧୦ ତାରିଖ ସନ୍ଧ୍ୟାରେ ସମ୍ବାଦିକା ତାଙ୍କ ମୋବାଇଲକୁ ପୁଣି ଥରେ ଫୋନ କରିଥିଲେ । ସେତେବେଳେ ଠିକାଦାରଙ୍କ ସ୍ତ୍ରୀ ସୁମିତ୍ରା ନାୟକ ଫୋନ ଉଠାଇଥିଲେ ଏବଂ ଜଗନ୍ନାଥ ଘରେ ନଥିବା ଜଣାଇଥିଲେ।

ଏହା ପରେ ସୁମିତ୍ରାଙ୍କୁ ପୁଣିଥରେ ଦଶ ହଜାର ଟଙ୍କା ଦାବି କରିବା ସହ ଜାତିଆଣ ଆକ୍ଷେପ କରିଥିଲେ ଉକ୍ତ ସାମ୍ୱାଦିକା । ଏହାକୁ ନେଇ ସୁମିତ୍ରା ଗତ ତା ୧୩.୧୨.୨୧ ରିଖ ଦିନ ରାଇଘର ଥାନା ଠାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଉମରକୋଟ SDPO ଦିନେଶ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ରାଇଘରରୁ ଜଣଙ୍କ ଘରେ ଆତ୍ମଗୋପନ କରିଥିବା ସାମ୍ବାଦିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Spread the love