ରୋଷେଇ କରୁଥିବା ବେଳେ ସିଲିଣ୍ଡରରୁ ଲାଗିଲା ନିଆଁ, ଜଳିଗଲା ୪ ବଖରା

ସାଲେପୁର ୧୫/୧୨: ମଙ୍ଗଳବାର ବିଳମ୍ବିତ ରାତିରେ ସାଲେପୁର ବ୍ଲକ ଅନ୍ତର୍ଗତ ରଟିଲୋ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଘରେ ନିଆଁ ଲାଗି ଜଳିଯାଇଛି ୪ ବଖରା ଘର । ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡର୍ ରୁ ନିଆଁ ଲାଗି ଜଳିଛି ଘର । ଘଟଣା ସ୍ଥଳରେ ସାଲେପୁର ଦମକଳବାହିନୀ ଓ ସ୍ଥାନୀୟ ଲୋକମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ତଥାପି ଚାରି ବଖରା ଘର ସମେତ ସମସ୍ତ ଆସବାବପତ୍ର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜରୁରୀ କାଗଜପତ୍ର ଟଙ୍କା ପଇସା ସମ୍ପୁର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି । ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରି ତୁରନ୍ତ ସହାୟତା ଯୋଗାଇ ଦେବାପାଇଁ ଅନୁରୋଧ ।

Spread the love