ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଅଘଟଣ, ତଳେ ପଡି ଫାଟିଲା ଭକ୍ତଙ୍କ ମୁଣ୍ଡ

ପୁରୀ ୧୫।୧୨: ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଅଘଟଣ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବା ବେଳେ ତଳେ ପଡି ଭକ୍ତଙ୍କ ଫାଟିଲା ମୁଣ୍ଡ । ଆହତ ଭକ୍ତ ହେଉଛନ୍ତି କେନ୍ଦ୍ରାପଡା ହାଟସାହିର ପ୍ରହ୍ଲାଦ ଦାସ। ସେଠାରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଶ୍ରୀମନ୍ଦିର ପ୍ରଶାସନର ଆମ୍ବୁଲାନ୍ସରେ ପ୍ରହ୍ଲାଦଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ ।

ସୂଚନାଯୋଗ୍ୟ ଯେ, ବୁଧବାର ପରିବାର ସହ ପ୍ରହ୍ଲାଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ସିଂହଦ୍ବାର ନିକଟରେ ପଡି ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

Spread the love