ମାର୍ଚ୍ଚରେ ଦ୍ଵାଦଶ ପରୀକ୍ଷା ! ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ଵର ୨୦।୧୨: ଦୂର ହେଉନି କରୋନା ଭୟ। ଅଫ ଲାଇନରେ ପରୀକ୍ଷା ହେବ କି ନାହିଁ ଏବେଠୁ କିଛି କୁହାଯାଇ ପାରିବ ନାହିଁ। ଫଳରେ ମାର୍ଚ୍ଚରେ ଦ୍ଵାଦଶ ବୋର୍ଡ ପରୀକ୍ଷା ଲାଗି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏବେଠୁ ପ୍ରସ୍ତୁତି  ଆରମ୍ଭ ହୋଇ ଯାଇଛି। ଏ ନେଇ ସୋମବାର ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରିଛି। ଆସନ୍ତା ଜାନୁଆରୀ ୧୦ ସୁଦ୍ଧା ୩ୟ ତ୍ରୈମାସିକ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ପରୀକ୍ଷାର ଫଳାଫଳ ରେକର୍ଡ କରି ରଖିବାକୁ କୁହାଯାଇଛି। ଏଥିପାଇଁ ଖୁବ୍ ଶୀଘ୍ର ପରିଷଦ ପକ୍ଷରୁ ଏକ ଲିଙ୍କ୍ ପ୍ରଦାନ କରାଯିବ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେହି ଲିଙ୍କରେ ମାର୍କ ଅପଲୋଡ୍ କରିବେ। ପ୍ରତିକୂଳ ପରିସ୍ଥିତିରେ ପରୀକ୍ଷା  ହୋଇନପାରିଲେ ବିକଳ୍ପ ବ୍ୟବସ୍ଥା କରାଯିବ। ବିକଳ୍ପ ବ୍ୟବସ୍ଥା ସ୍ଵରୂପ ତ୍ରୈମାସିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ। ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯିବାକୁ ଚେଷ୍ଟା କରିବ।

Spread the love