ଧରାପୃଷ୍ଠରେ ଅବତରଣ କଲେ ପ୍ରଭୂ ଯୀଶୁ, ଆନନ୍ଦ ଉଲ୍ଲାସରେ ବଡଦିନ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ

କନ୍ଧମାଳ, ୨୫|୧୨:  ଶନିବାର  ବଡଦିନ । ଧରା ପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମସ୍ତଙ୍କ ମନରେ ଖୁସି ଓ ଉଲ୍ଲାସ ।  ସେଥି ପାଇଁ ଚିକମିକ ଆଲୁଅରେ ଝଲୁସୁଛି ସମସ୍ତ ପାର୍ଥନା ଗୃହ । ରଙ୍ଗବେରଙ୍ଗର ଷ୍ଟାର୍ ସହ ଚିକମିକ୍ ଜରିରେ ଝଲସୁଛି କନ୍ଧମାଳର ସବୁ ଗୀର୍ଜା ।

ବଡ଼ ଦିନକୁ ଖୁବ୍ ଆଡମ୍ବରରେ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାଲମ୍ବୀମାନେ  । ପ୍ରତୀକ ସ୍ୱରୂପ ପ୍ରଭୁ ଯୀଶୁ ଜନ୍ମ ନେଇଥିବା ଗୁହାଳ ଘରକୁ ଆଳୋକିତ କରାଯାଇଛି ।  କୋଭିଡ କଟକଣାରେ ପାଳନ ହେଉଛି ବଡଦିନ । ସମସ୍ତ ଗୀର୍ଜାରେ ୫୦ ପ୍ରତିଶତ ଭକ୍ତଙ୍କୁ ପ୍ରବେଶ ଅନୁମତି ରହିଛି । ସେହିପରି ମାସ୍କ , ସାନିଟାଇଜ ବ୍ୟବହାର କରିଛନ୍ତି ଶ୍ରଦ୍ଧାଳୁ ।

ବେଶ ଖୁସି ସହ  ଏହି ବଡଦିନକୁ ପାଳନ କରିଛନ୍ତି ଖ୍ରୀଷ୍ଟ ପ୍ରେମୀ ।ଘରେ ଘରେ ଚାଲିଛି ପିଠା ପଣା, ନାଚ ଗୀତର ଆସର  । ବଡ ଦିନ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ସମସ୍ତ ଛକ ମାନଙ୍କରେ ଗାଡି ତନଖି କରାଯାଉଥିବା ବେଳେ ଜିଲ୍ଲାର ସମସ୍ତ ସ୍ଥାନରେ ପୋଲିସ  ମୁତୟନ କରାଯାଇଛି। ମୋଟ୍ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ୧୦ ଜଣ ଆଡିସନାଲ ଏସପି ନିଯୋଜିତ ହୋଇଛନ୍ତି । ସେହିପରି ୮ ଜଣ ଡ଼ିଏସପି, ୧୨ ଜଣ ଇନ୍ସପେକ୍ଟର, ୨ ଡେପୁଟି କମାଣ୍ଡାଣ୍ଟ ନିଯୁକ୍ତି ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ।

Spread the love