କୁକୁରମାନେ ଘର ବାହାରେ କାହିଁକି କାନ୍ଦନ୍ତି ? କୁକୁର କାନ୍ଦିଲେ ହୋଇପାରେ ଏହି ସବୁ ଘଟଣା

ଆମ ସମାଜରେ ପ୍ରାଚୀନ କାଳରୁ ବିଭିନ୍ନ ପ୍ରକାର ବିଶ୍ବାସ ଚାଲି ଆସିଛି।ଏପରି ଏକ ବିଶ୍ବାସ ହେଲା କୁକୁରର କାନ୍ଦିବାକୁ ନେଇ। କୁକୁରର କାନ୍ଦିବାକୁ ଅଶୁଭ ବୋଲି  କୁହାଯାଇଥାଏ।  କୁହାଯାଏ ଯେ କୁକୁରର କାନ୍ଦିବା ଅର୍ଥ କାହାର ମୃତ୍ୟୁର ପୂର୍ବସୂଚନା। ଏପରି କଥା ଣୁଣି ତ ଯେ କେହି ବି ଡରିଯିବ।

ଜ୍ୟୋତିଷଙ୍କ କହିବା ଅନୁସାରେ କୁକୁରମାନେ ସେତେବେଳେ ବହୁତ କାନ୍ଦିଥାନ୍ତିଯେତେବେଳେ ପାଖରେ କୈାଣସି ଆତ୍ମା ଥାଆନ୍ତି। ଆତ୍ମାଙ୍କୁ ସାଧାରଣ ଲୋକେ ଦେଖିପାରିନଥାନ୍ତି କିନ୍ତୁକୁକୁରମାନେ ତାଙ୍କୁ ଦେଖି କାନ୍ଦିବାକୁ ଲାଗନ୍ତି। ଏଥିପାଇଁ ଲୋକମାନେ ଆଖପାଖରେ କୁକୁରଙ୍କୁ କାନ୍ଦୁଥିବାଅବସ୍ଥାରେ ଦେଖିବାମାତ୍ରେ ତାଙ୍କୁ ତଡ଼ିଦିଅନ୍ତି.

ବିଶ୍ବାସ ଏବଂ ଜ୍ୟୋତିଷଙ୍କ ଛଡ଼ା ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେକୁକୁରମାନେ କାନ୍ଦିନଥାନ୍ତି ବରଂ ବିକଳଚିତ୍କାର କରିଥାନ୍ତି । ପ୍ରକୃତରେ ରାତିରେ ଏପରି ଶବ୍ଦ କରିସେ ଅନ୍ୟ ଅଞ୍ଚଳରେ ଥିବା ନିଜ ସାଥି କୁକୁରମାନଙ୍କୁ ଡାକିଥାନ୍ତି।

କୁକୁରମାନେ ମଧ୍ୟ ଜୀବ ଅଟନ୍ତି। ସେମାନଙ୍କୁ ମଧ୍ୟ ଆଘାତ ଲାଗିଥାଏ।ଶାରିରୀକ କଷ୍ଟ ହୋଇଥାଏ। ଏପରି ପରିସ୍ଥିତିରେ କୁକୁର ବିକଳ ହୋଇଥାନ୍ତି। ଏଥିପାଇଁ ସେମାନେ ଦୂରରେଥିବା ତାଙ୍କ ସାଥୀମାନଙ୍କୁ ପାଖକୁ ଡାକିଥାନ୍ତି।

ମଣିଷଙ୍କ ଭଳି କୁକୁରମାନଙ୍କୁ ମଧ୍ୟ ଏକୁଟିଆ ରହିବା ପସନ୍ଦ ନୁହେଁ।ସେଥିପାଇଁ ସେମାନେ ଅନ୍ୟ କୁକୁରମାନଙ୍କୁ ଡାକିଥାନ୍ତି।

Spread the love