ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗାଇଡ୍‌ଲାଇନ୍‌ ଜାରି କଲା ଗଣଶିକ୍ଷା ବିଭାଗ

ଜାନୁଆରୀ ୩ ତାରିଖରେ ପ୍ରାଥମିକ ସ୍କୁଲ ଖୋଲିବ। ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ସ୍କୁଲ ଖୋଲିଲେ ମଧ୍ୟ ଅନ୍‌ଲାଇନ କ୍ଲାସ୍‌ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାମାନେ ଅନଲାଇନ କ୍ଲାସ କରିବାକୁ ଚାହିଁବେ, ସେମାନେ ତାହା କରିପାରିବେ। ଅଭିଭାବକଙ୍କ ସମ୍ମତି ଆଣି ପିଲାମାନେ ସ୍କୁଲ ଆସିପାରିବେ। ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷାଧିକାରୀମାନେ ପରିଦର୍ଶନ କରି ସ୍ପଚ୍ଛତା ପରଖିବେ। କଣ୍ଟେନମେଣ୍ଟ ଜୋନ ବାହାର ପିଲାଙ୍କୁ ସ୍କୁଲକୁ ଆସିବାକୁ ଅନୁମତି। ସ୍କୁଲରେ ହାତ ଧୋଇବାକୁ ବ୍ୟବସ୍ଥା ସହ ଡିଜିଟାଲ ଥର୍ମୋମିଟର ରଖାଯିବ। କୌଣସି ପିଲାଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବନି। ନିଜ ଇଚ୍ଛାରେ ପିଲାମାନେ ସ୍କୁଲ ଆସିବେ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ତେବେ ଯେଉଁଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍‌ ରହିଛି, ସେଠାରେ ସମ୍ମେଟିଭ୍‌ ପରୀକ୍ଷା ଚାଲୁଥିବାରୁ ଜାନୁଆରୀ ୧୦ ତାରିଖ ପରେ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିତକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ.

Spread the love