ପ୍ରତି ବର୍ଷ ୨ କୋଟି କୁକୁରକୁ ସୁପ କରି ପିଅନ୍ତି ଚୀନର ଲୋକ

ଚାଇନାର ଉହାନ ସ୍ଥିତ ଆନିମଲ ମାର୍କେଟ ଅନେକ ସମୟରୁ ତଥା ଦୁଇ ବର୍ଷ ଧରି ବିବାଦ ଲାଗି ରହିଛି । ବିଶ୍ବରେ କରୋନାର ପ୍ରଥମ ମାମଲା ଠାରୁ ହିଁ ଏହି ରିପୋର୍ଟ ମିଳିଥିଲା । ତେବେ ମହାମାରୀ କୋଭିଡ୍ କୁ ନେଇ ଅନେକ ପ୍ରକାର କଥା କୁହାଯାଉଥିବା ବେଳେ କିଏ କହୁଛି କରୋନା ଭାଇରସ୍ କୁ ଉହାନ୍ ଲ୍ୟାବ୍ ରେ ତିଆରି କରାଯାଇଥିଲା ତ ଆଉ କିଏ କହୁଛି ବାଦୁଡ଼ିଙ୍କ ଠାରୁ ଏହି ମାରାତ୍ମକ ଭାଇରସ୍ ଲୋକଙ୍କୁ ବ୍ୟାପିଥିଲା । ତେବେ ଏହା ମଧ୍ୟରେ ଚୀନର ଲୋକଙ୍କ ଅଜବଗଜବ ଖାଦ୍ୟପାନକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଥାଏ । ଏହା ସତ ଯେ ଚୀନ୍‌ ଏପରି ଏକ ଦେଶ ଯେଉଁଠାରେ ଅନେକ ପ୍ରତିବନ୍ଧକ ପରେ ମଧ୍ୟ ସେମାନେ ପଶୁ ପକ୍ଷୀଙ୍କ ମାଂସକୁ ଖାଉଛନ୍ତି ।

ଏଠାକାର ଲୋକମାନେ ଅଧିକାଂଶ ଜୀବ ଜନ୍ତୁ ମାନଙ୍କୁ ରାନ୍ଧି ଖାଇଥାନ୍ତି । ସାରା ଦୁନିଆର ଲୋକ ଜାଣନ୍ତି ଯେ, ଚୀନର ଲୋକମାନେ ସାପ ଓ କୋବ୍ରା ଭଳି ବିଷଧର ଜୀବଙ୍କ ଠାରୁ ଆରମ୍ଭ କରି କୁକୁରଙ୍କୁ ମାରି ମଧ୍ୟ ବ୍ୟବସାୟ କରନ୍ତି । ଏସବୁକୁ ଏଠାରେ ରାନ୍ଧି ଖାଇଥାନ୍ତି ଲୋକେ । ଯେଉଁଠାରେ ଲକ୍ଷ ଲକ୍ଷ କୁକୁରଙ୍କୁ ମାରି ଦିଆଯାଏ । କୁକୁରଙ୍କ ବର୍ବରତା ଏଠାରେ କାହିଁ କେଉଁ କାଳରୁ ଚାଲି ଆସୁଛି । କୁକୁରଙ୍କୁ ଏଠାରେ ସ୍ଲାଟର୍ ହାଉସ୍ ରେ ଜିଅନ୍ତା ହିଁ ଫୁଟା ଯାଇଥାଏ । ଏକ ରିପୋର୍ଟରେ ପ୍ରକାଶିତ ତଥ୍ୟ ଆଧାରରେ, ଚାଇନାର ମାଂସ କାରବାର ପାଇଁ କୋଟି କୋଟି କୁକୁରଙ୍କୁ ମାରି ଦିଆଯାଇଛି । ଚୀନର ଲୋକେ ଅନେକ ଥର ଏଥିରେ ଗର୍ଭବତୀ କୁକୁରଙ୍କୁ ମଧ୍ୟ ଛାଡ଼ନ୍ତି ନାହିଁ । କୁକୁରଙ୍କୁ ଜିଅନ୍ତା ଫୁଟାଯାଉଥିବା କଥାରୁ ହିଁ ଆପଣମାନେ ଅନୁମାନ କରିପାରୁଥିବେ ଯେ, କିଭଳି ଭାବେ ଏଠାରେ ପଶୁଙ୍କ ପ୍ରତି କ୍ରୁରତା ଦେଖାଯାଇଥାଏ ।

ଖାଲି ସେତିକି ନୁହେଁ କାଳେ କୁକୁର କେଉଁ ଆଡେ ଦୌଡ଼ି ପଳାଇବେ ସେଥିପାଇଁ ସେମାନଙ୍ ପଞ୍ଜାକୁ କାଟି ଦିଆଯାଏ । ପ୍ରତି ବର୍ଷ ଚୀନରେ ୧ରୁ ୨ କୋଟି କୁକୁରଙ୍କୁ ମାରି ଦିଆଯାଏ । ଏହିମାନଙ୍କୁ ସୁପ୍ କରି ପିଅନ୍ତି ଚାଇନାର ଲୋକେ । ଗୋଟିଏ କୁକୁରର ସୁପ୍ ପାଇଁ ୧୦୦ ପାଉଣ୍ଡ(ପ୍ରାୟ ୧୦ହଜାର) ନିଅନ୍ତି ।

Spread the love