କିଛି ଦିନର ବିରତି ପରେ ବଲିଉଡ୍‌କୁ କମ୍‌ ବ୍ୟାକ୍‌ କରୁଛନ୍ତି ଅନୁଷ୍କା ଶର୍ମା, ଖୁବ୍ ଶୀଘ୍ର ଘୋଷଣା ହେବ ୩ଟି ଫିଲ୍ମର ନାମ

ନୂଆଦିଲ୍ଳୀ ୩୧।୧୨ : ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା । ଶାହରୁଖ ଖାନଙ୍କ ସହ ଫିଲ୍ମ ‘ରବ ନେ ବନା ଡି ଯୋଡି’ରେ ବଲିଉଡରେ ପ୍ରଥମ ଡେବ୍ୟୁ କରିଥିଲେ । ବିବାହ ପରେ ଇଣ୍ଡଷ୍ଟ୍ରୀରେ ଟିକେ ଦୁରେଇ ଯାଇଥିଲେ । ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ସେ ତାଙ୍କ ଝିଅ ସ୍ବାମୀଙ୍କ ସହ ଖୁବ୍‌ ଭଲ ସମୟ ଅତିବାହିତ କରୁଛନ୍ତି । ହେଲେ ଏବେ ଖବର ଆସିଛି କି ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ବଡ ପରଦାରେ ଫେରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ଅନୁଷ୍କା ଶର୍ମା ଯେଉଁ ତିନୋଟି ଚଳଚ୍ଚିତ୍ରରେ ନଜର ଆସିବେ ସେଥିମଧ୍ୟରୁ ଦୁଇଟି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ, ତା’ପରେ ଗୋଟିଏ ଓଟିଟିରେ ପ୍ଲାଟଫର୍ମରେ ରିଲିଜ୍‌ ହେବ ।

କିନ୍ତୁ ଏକ ସୁତ୍ରରୁ ଜଣାପଡିଛି ଯେ  “ଅନୁଷ୍କା ଗୋଟିଏ ନୁହେଁ ତିନୋଟି ଚଳଚ୍ଚିତ୍ରରେ ନଜର ଆସିବେ। ସିନେମା ହଲରେ ମୁକ୍ତିଲାଭ କରିବାକୁ ଥିବା ଦୁଇଟି ଫିଲ୍ମ ବ୍ୟତୀତ ଅନ୍ୟଟି ଓଟିଟିରେ ରିଲିଜ୍‌ ହେବ । ଏହି ଫିଲ୍ମ ଏକ ବଡ଼ ଆକାରରେ ନିର୍ମିତ ହେବାକୁ ଯାଉଛି । ଅନୁଷ୍କା ଶର୍ମା ଫିଲ୍ମ ଗୁଡିକୁ ସବୁବେଳେ ଭାବିକି ନିଷ୍ପତ୍ତି ନେଇଥାନ୍ତି । ଏନେଇ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ମୃତ୍ୟୁ ପର୍ଯ୍ୟନ୍ତ କାମ କରିବା ଉଚିତଯେ ବିବାହ କରିବା ପରେ ଏବଂ ମା ହେବା ପରେ ମଧ୍ୟ ସେ ଅଭିନୟ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି ଏବଂ ଏଭଳି ପରିସ୍ଥିତିରେ ସେ ବିଭିନ୍ନ ପ୍ରକାରର ସିନେମା କରିବାକୁ ଚାହାଁନ୍ତି ଏବଂ ମନୋରଞ୍ଜନକାରୀ ପ୍ରକାରର ଫିଲ୍ମରେ ମଧ୍ୟ କରିବାକୁ ଆଗ୍ରହୀ ରଖିଛନ୍ତି।

ତେବେ ଏହି ସମସ୍ତ ଫିଲ୍ମ ଗୁଡିକ ୨୦୨୨ରେ ଅଫିସିଆଲି ଭାବରେ ଘୋଷଣା କରାଯିବ ଏବଂ ସେତେବେଳେ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରାଯିବ। ଅନୁଷ୍କା ଏହି ତିନୋଟି ଫିଲ୍ମକୁ ନେଇ ଏବଂ ସେହି ଫିଲ୍ମରେ ନୂଆ ଢଙ୍ଗର ଅଭିନୟ କରିବାକୁ ଖୁବ୍‌ ଉତ୍ସାହ ଅଛନ୍ତି ।

Spread the love