ଷଷ୍ଠ ଶ୍ରେଣୀର ଛାତ୍ରୀ ସହ ଶିକ୍ଷକ କଲେ ଦୁଷ୍କର୍ମ

 ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ସହ ଶିକ୍ଷକ ଦୁଷ୍କର୍ମ କରିିିଛନ୍ତି।   ଅଭିଯୁକ୍ତ ଶିକ୍ଷକଙ୍କୁ ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ । ଏହିଭଳି ଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କରଉଲି ଜିଲ୍ଲାରେ । ସୂଚନା ଅନୁଯାୟୀ, ୧୧ ବର୍ଷର ପୀଡ଼ିତା ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି ।ମଙ୍ଗଳବାର ସେ ସ୍କୁଲକୁ ଯାଇ ଆଉ ଫେରିନଥିଲେ । ଏହାପରେ ପୀଡ଼ିତାଙ୍କ ମାଆ ସ୍କୁଲକୁ ଯାଇ ଖୋଜାଖୋଜି କରିଥିଲେ । ଏହି ସମୟରେ ସେ ଗୋଟିଏ ରୁମକୁ କେହି ଜଣେ କାନ୍ଦିବାର ପାଟି ଶୁଣିଥିଲେ । ରୁମ୍‌ଟି ଭିତର ପଟରୁ ବନ୍ଦ ଥିଲା । ଜୋରରେ ଧକ୍କା ଦେଇ ରୁମ୍ ଖୋଲିବାରୁ ଭିତରେ ପୀଡ଼ିତାଙ୍କ ସହିତ ଅଭିଯୁକ୍ତ ଶିକ୍ଷକ ଥିଲେ । ପୀଡ଼ିତାଙ୍କ ମାଆଙ୍କୁ ଧକ୍କା ଦେଇ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇଥିଲେ । ଏହାପରେ ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ପୋଲିସ ପାଖରେ ଜଣାଇ ଏଫଆଇଆର୍ ଦେଇଥିଲେ । ଖୋଜାଖୋଜି ପରେ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଥିଲା । ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ପକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ ଗତ ତିନି ମାସ ଭିତରେ ୪ଟି ମାମଲା ଦାୟର ହୋଇଛି । ଯେଉଁଥିରେ ଝିଅମାନେ ସେମାନଙ୍କ ସ୍କୁଲରେ ଧର୍ଷଣ ଓ ଶୋଷଣର ଶିକାର ହୋଇଛନ୍ତି ।

Spread the love