୫ କୋଟିର ଧଳାଜହର ଜବତ, ୬ ଗିରଫ

ଜଳେଶ୍ବର ୦୮।୦୧: ଥମୁନି ବ୍ରାଉନ୍‌ସୁଗାର କାରବାର । ଜଳେଶ୍ୱରରୁ ୫ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛି ।ଏହାସହିତ ଘଟଣାରେ ୬ଜଣଙ୍କ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଜଳେଶ୍ୱର ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ବଢୁଥିବା ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଯାହାପରେ ପୋଲିସ ଲଗାତର ଭାବେ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଧରିବା ପାଇଁ ପ୍ଲାନ୍‌ ପ୍ରସ୍ତୁତ କରିଥିଲା । ଏହି କ୍ରମରେ ଜଳେଶ୍ୱର ଅଞ୍ଚଳରୁ ୫କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି । ପଶ୍ଚିମବଙ୍ଗରୁ ବ୍ରାଉନ୍‌ସୁଗାର ଆଣୁଥିବା ବେଳେ ଡୁମ୍‌ଡୁମ୍‌ ନିକଟରେ ଧରିଲା ପୋଲିସ । ୫ କେଜି ବ୍ରାଉନ୍‌ସୁଗାର ସହ ଏକ ସ୍କର୍ପିଓ ଗାଡ଼ି ମଧ୍ୟ ଜବତ କରିଛି ପୋଲିସ ।

ସେହିପରି ଗିରଫ ୬ଜଣ ଯୁବକ ଜଳେଶ୍ୱର ଅଞ୍ଚଳ ହୋଇଥିବା ସୂଚନା ମିଳିଛି । ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି  । ଏହି ବ୍ରାଉନ୍‌ସୁଗାର କାରବାରରେ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି । ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ ।

Spread the love