ଆଇଲାଣ୍ଡରେ ଏକ ମାସ ବିତାଇ ଦମ୍ପତି ରୋଜଗାର କଲେ ୧୪ ଲକ୍ଷ ଟଙ୍କା

ନୂଆଦିଲ୍ଳୀ ୦୮।୦୧ : ଦୁନିଆର ଏପରି ଏକ ଦମ୍ପତି ଅଛନ୍ତି ଯିଏ ଦ୍ୱୀପରେ ରହି ସମୟ ଅତିବାହିତ କରିବା ସହ ସେଠାରେ ଖୁବ୍‌ ପାର୍ଟୀ ଉପଭୋଗ କରୁଛନ୍ତି । ତା ସହ ୧୪ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରିଛନ୍ତି । ଯାହା ଶୁଣିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାକୁ ନେଇ ସେ ସୋସିଆଲ ମିଡିଆର ଏକ ଆପରେ ନିଜର ପାର୍ଟୀ ଓ ହାଇପ୍ରୋଫାଇଲ୍‌ ଜୀବନଶୈଳୀକୁ ଦେଖାଇଲେ କି ସେ କିପରି ଟଙ୍କା ରୋଜଗାର କରିପାରିଲେ ।

ତେବେ ରିପୋର୍ଟ ଅନୁଯାୟୀ ହ୍ୟାରି ଏବଂ ବେକା ନାମକ ଏହି କପଲ ଜାଣ୍ଟେର ଏକ ଦ୍ୱୀପରେ ଗ୍ରୀଷ୍ମ ପାର୍ଟି କରିଥିଲେ। ଏହି ଯୁବ ପ୍ରେମୀ ହ୍ୟାରି ଏବଂ ବେକା ଦ୍ୱୀପରେ ନିଜ ଜୀବନକୁ ଖୋଲି କରି ଖୁସିରେ ଅତିବାହିତ କରୁଛନ୍ତି । ଯାହା ଦର୍ଶକମାନଙ୍କୁ ସେମାନଙ୍କର  ସୁନ୍ଦର ଷ୍ଟାଇଲିସ୍‌ ଜୀବନଶୈଳୀ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଗ୍ରୀଷ୍ମ ସମୟରେ ଉପଭୋଗ କରୁଥିବା ଦିନ ଗୁଡିକୁ କ୍ୟାମେରା ତାଙ୍କ ଉପରେ ୨୪ ଘଣ୍ଟାର ନଜର ରଖିଥିଲା ।

ହ୍ୟାରି ଅନେକ ଋତୁରେ ଏହି ଦ୍ୱୀପରେ କାମ କରିଛନ୍ତି । ହେଲେ ୨୦୨୧ରେ ଗ୍ରୀଷ୍ମ ସମୟରେ ସେ ବେକାଙ୍କୁ ତାଙ୍କ ସହିତ ବାହାରକୁ ଆସିବାକୁ କହିଥିଲେ । ବେକା ଏକ ବର୍ଷ ପୂର୍ବେ ଓନିଲି ଫ୍ୟାନ୍ସର କାମ କରିବା ଆରମ୍ଭ କରିଥିଲେ। ସେ ଏହା ଶୁଣିବା ମାତ୍ରେ ହ୍ୟାରିଙ୍କ କଥାରେ ସହମତ ହୋଇ ତାଙ୍କ ସହ ବାହାରକୁ ଯିବା ପାଇଁ ବାହାରିଲେ। ଖୁବ୍ ଶୀଘ୍ର ସେମାନେ କପଲ ହୋଇଥିଲେ। ଏବଂ ଦ୍ୱୀପରେ ଏକ କପଲ ଭାବରେ ରହିବାକୁ ଲାଗିଲେ । ତାଙ୍କୁ ଦିନକୁ ୨୪ଘଣ୍ଟା କ୍ୟାମେରା ନଜରରେ ରହିବାକୁ ପଡିଥିଲା। ଏନେଇ ସେ ଚ୍ୟାନେଲ-୪ ସହିତ କଥାବାର୍ତ୍ତା କରି ବେକା କହିଛନ୍ତି ଯେ ସେ ସାଇଟରେ ପ୍ରଥମ ମାସରେ ୧୪,୦୦ ଡଲାର ତଥା ୧୪ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଏହି ଟଙ୍କା ସହିତ ସେ ସେହି ଦ୍ୱୀପରେ ସ୍ୱାଧୀନତା ସହିତ ହାଇପ୍ରୋଫାଇଲ ଜୀବନଶୈଳୀ ଆପଣାଇ ଥିଲେ ।

Spread the love