ପଦ୍ମଶ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ବିତଉଥିବା ଦାରିଦ୍ର୍ୟ ତା ଜୀବନକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ରାଜ୍ୟ ସରକାର ଚେଇଁ ଉଠିଛନ୍ତି। ଏକ ବଡ଼ ନିଷ୍ପତ୍ତି କ୍ରମେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସର  ବ୍ୟକ୍ତିଙ୍କୁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। ଏବେ ରାଜ୍ୟର ସଂପୃକ୍ତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସଂସ୍କୃତି ବିଭାଗର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ପରେ ଆଜି ଏହି ଘୋଷଣା ହୋଇଛି। ଫଳରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୧୦  ହଜାର ଟଙ୍କାର ସହାୟତା ମିଳିବ। ଏହି ନିଷ୍ପତ୍ତି ଫଳରେ ଦୈତାରୀ ନାୟକଙ୍କ ଭଳି ବ୍ୟକ୍ତିତ୍ଵ ଉପକୃତ ହେବେ।

ରାଜ୍ୟରେ ଏଯାବତ ୮୪ ଜଣ ପଦଶ୍ମୀ ପୁରସ୍କାର ପାଇଛନ୍ତି। ରାଜ୍ୟରେ ପୁରସ୍କାରପ୍ରାପ୍ତ ୮୪ ଜଣଙ୍କ ମଧ୍ୟରୁ ୪୫ ଜଣଙ୍କ ଦେହାନ୍ତ ହୋଇ ସାରିଛି। ଅବିଶଷ୍ଟଙ୍କ ମଧ୍ୟରୁ ଅଳ୍ପକିଛି ବ୍ୟକ୍ତିତ୍ଵଙ୍କ ଅବସ୍ଥା ସ୍ଵଚ୍ଛଳ ନଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା।ନିକଟରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହଳଧର ନାଗଙ୍କ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ରଥ ଯାତ୍ରା ସମୟରେ ଘୁଘୁନି ବିକୁଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସେହି ପରି ପାହାଡ଼ ଖୋଳି କେନାଲ କରି ଖେତକୁ ଜଳସେଚନ କରାଇ  ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୈତାରୀ ନାୟକଙ୍କ ଆର୍ଥିକ ସ୍ଥିତି  ମଧ୍ୟ ବହୁତ ଖରାପ। ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ଆର୍ଥିକ ସ୍ଥିତି ବହୁତ ଶୋଚନୀୟ ହୋଇ ପଡିଥିଲା ଏବଂ ସେ ମୂଲ ଲାଗି ଭରଣପୋଷଣ କରୁଥିଲେ। ଏହି ସବୁ ବ୍ୟକ୍ତିତ୍ଵଙ୍କ ଦାରିଦ୍ର୍ୟପତା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହା ପରେ ଏହି ବ୍ୟକ୍ତିତ୍ଵଙ୍କ ପ୍ରତି ଆଖି ବୁଜି ଦେଇଥିବା ସରକାର ଚେଇଁ ଉଠିଥିଲେ।

Spread the love