ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ମକର ନୀତି

ପୁରୀ ୧୪।୧: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ବିଶେଷ ନୀତି । ଶ୍ରୀଜିଉମାନଙ୍କୁ ଘଣ୍ଟ, ଛତା ମାଧ୍ୟମରେ ମକର ବେଢା କରାଯାଇ ମକର ଚାଉଳ ଭୋଗ କରାଯିବ । ସେହିପରି ଶ୍ରୀଜିଉଙ୍କ ଆଜିର ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି । ମକର ବେଢା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହଦକାୟ ମକର ତାଡ ହେବାର ପରମ୍ପରା ମଧ୍ୟ ରହିଛି । ସେହି ଅନୁଯାୟୀ କୁମ୍ଭକାର ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ମକର ତାଡକୁ ଅଲାମ ଚଣ୍ଡି ମନ୍ଦିରରୁ ଶ୍ରୀମନ୍ଦିରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା । ଏହି ମାଟିତାଡ ସାହାଯ୍ୟରେ ମହାପ୍ରଭୁଙ୍କ ପାଖରେ ଏହା ଭୋଗ କରାଯିବା ପରେ ଭକ୍ତଙ୍କୁ ବାଣ୍ଟି ଦିଆଯାଏ।

Spread the love