ଭର୍ଚୁଆଲ ରାଲି ନାଁରେ ଏକାଠି ହେଲେ ହଜାର ହଜାର ନେତା-କର୍ମୀ, ୨୫୦୦ ସମାଜବାଦୀ ପାର୍ଟି ନେତାଙ୍କ ନାଁରେ ମାମଲା

ନୂଆଦିଲ୍ଲୀ ୧୪।୦୧: ଲକ୍ଷ୍ମୌରେ ଭର୍ଚୁଆଲ୍ ରାଲି ନାଁ ଏକାଠି ହେଲେ ହଜାର ହଜାର ନେତା କର୍ମୀ। କୋଭିଡ୍ ନିୟମ ଉଲଂଘନ ନେଇ ୨୫ଶହ ସମାଜବାଦୀ ପାର୍ଟି ନେତାଙ୍କ ନାଁରେ ମାମଲା ରୁଜୁ ହୋଇଛି।  ଜାନୁଆରୀ ୧୫ ଯାଏଁ ନିର୍ବାଚନୀ ରାଲିକୁ ନା କରିଥିଲେ ନିର୍ବାଚନ କମିଶନ। ତେବେ ଏହାର ଖୁଲମଖୁଲା ଉଲ୍ଲଂଘନ କରାଯାଇଛି।

ଭର୍ଚୁଆଲ ରାଲି ନାଁରେ ପ୍ରବଳ ଭିଡ଼ ଜମାଇଲେ । ଅଢ଼େଇ ହଜାର ସମାଜବାଦୀ ପାର୍ଟି ନେତାଙ୍କ ନାଁରେ FIR । ସମାଜବାଦୀ ପାର୍ଟିର ଲକ୍ଷ୍ନୌ ରାଲିକୁ ନେଇ ବିବାଦ ସୃଷ୍ଟି ହୋଇଛି । କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଜାନୁଆରୀ ୧୫ ପର୍ଯ୍ୟନ୍ତ ନିର୍ବାଚନୀ ରାଲି ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ । ହେଲେ ଆଜି ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭର୍ଚୁଆଲ ରାଲିରେ କୋଭିଡ୍ କଟକଣାର ଧଜିଆ ଉଡ଼ିଥିଲା ।

ଏଥିରେ ଭର୍ଚୁଆଲି ପ୍ରେସ ମିଟ୍ କରିଥିବା ଅଖିଳେଶଙ୍କ ସାମ୍ନାରେ ହଜାର ହଜାର ଦଳୀୟ କର୍ମୀ ଜମା ହୋଇଥିବା ଦେଖିବାକୁ ମିଳିଥିଲା । ତେଣୁ ମହାମାରୀ ଆକ୍ଟରେ ସମାଜବାଦୀ ପାର୍ଟିର ୨୫ଶହ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି ପୋଲିସ କମିଶନର ଡି.କେ.ଠାକୁର । ଏହାକୁ ନେଇ ସମାଜବାଦୀ ପାର୍ଟି ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନଥିଲେ ମଧ୍ୟ ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହିଁନି ବିଜେପି ।

Spread the love