ତ୍ରିସ୍ତରୀୟ ନିର୍ବାଚନରେ ସଂରକ୍ଷଣ ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲା ଆଦିବାସୀ ସଂଘ

କଣ୍ଟାବାଜି ୧୬/୦୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଲାଣି । ବିଭିନ୍ନ ପଂଚାୟତ ପାଇଁ କେଉଁ କେଉଁ ବର୍ଗ ଲୋକଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ତାହା ମଧ୍ୟ ଘୋଷଣା ହୋଇସାରିଲାଣି । ଅନ୍ୟ ପଟେ କେମିତି ନିର୍ବାଚନ ସୁରୁଖୁରୁରେ ହେବ ସେନେଇ ପ୍ରଶାସନ ଘନ ଘନ ବୈଠକ କରୁଛି ।

ତେବେ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ବର୍ଗଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଦସ୍ୟମାନେ ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ କାର୍ଯ୍ୟକ୍ରମ ପହଞ୍ଚିଥିଲେ । ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀମାନେ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟଲୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ପଞ୍ଚାୟତ ନିର୍ବାଚନରେ ଆଦିବାସୀ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନକଲେ ଏଭଳି ଆନ୍ଦୋଳନ କରିବା ସହ ଆବଶ୍ୟକ ହେଲେ ଭୋଟ ବର୍ଜନ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଆଗକୁ ମଧ୍ୟ ଏହି ପଞ୍ଚାୟତ ଭଳି ଅନ୍ୟ ପଞ୍ଚାୟତ କାର୍ଯ୍ୟାଳାୟରେ ତାଲା ପକାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love