ଚିଲିକା କୂଳରେ ଭାସୁଛି ମୃତ ଡଲଫିନ୍

ଖଲ୍ଲିକୋଟ ୧୮।୦୧: ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ଭାସୁଛି ମଲା ଡ଼ଲଫିନ। ୫ ଫୁଟ ଏହାର ଲମ୍ବ ରହିଥବା ବେଳେ ରାତ୍ର ସମୟରେ ଋଷିକୁଲ୍ୟା ମୁହାଣ ସମୁଦ୍ର ନିକଟରେ ବେଆଇନ ଭାବେ ମାଛ ମାରୁଥିବା ଲୋକଙ୍କ ଜାଲରେ ଏହି ଡ଼ଲଫିନଟି ମାଡ଼ ହୋଇ ମୃତ୍ୟୁ କରିଥିବା ଅଂଚଳବାସୀ ଅଭିଯୋଗ କହିଛନ୍ତି।

ଫିସେରି ବିଭାଗକୁ ଡଲଫିନ ମୃତ୍ୟୁ ନେଇ ଖବର ଦିଆଯାଇଥିବା କହିଥିଲେ ବି ଏଯାବତ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଗ୍ରାମବାସୀ କହିଛନ୍ତି | ସରକାର  ଡଲଫିନଙ୍କ ସୁରକ୍ଷା ନେଇ ବହୁ ପଦକ୍ଷେପ ନେଇ ଆସୁଥିଲେବି ବେଆଇନ ଭାବେ ରାତ୍ର ସମୟରେ ସମୁଦ୍ରରେ ମାଛ ଧରିବା ସମୟରେ ଜାଲ ମାଡ଼ରେ ଡଲଫିନଙ୍କ ମୃତ୍ୟୁ ଘଟୁଛି, ଯାହାକି ସେମାନଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

Spread the love