ଆଜି ବିଶ୍ୱ ଜନସଂଖ୍ୟା ଦିବସ
ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ ଏବଂ ସାରା ବିଶ୍ୱ ଏହାକୁ ପାଳନ କରୁଛିୁ । ଆଜିଠାରୁ ୩୦ ବର୍ଷ ପୂର୍ବରୁ ୧୯୮୯ରେ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ଗଭର୍ଣ୍ଣିଂ କାଉଁସିଲ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା । ମାନାଯାଏ ଯେ, ୧୧ ଜୁଲାଇ ୧୯୮୭ରେ ବିଶ୍ୱର ଜନସଂଖ୍ୟା ୫୦୦ କୋଟି ହୋଇଯାଇଥିଲା । ବୃଦ୍ଧି ପାଉଥିବା ଜନସଂଖ୍ୟା ଉପରେ ସଚେତନ ବୃଦ୍ଧି କରାଇବା ପ୍ରୟାସରେ ଆରମ୍ଭ କରାଯାଇଥିଲା । ଏଥିରେ ପରିବାର ନିୟୋଜନ, ଲିଙ୍ଗ ସମାନତା, ମାତୃ ସ୍ୱାସ୍ଥ୍ୟ ଏବଂ ମାନବ ଅଧିକାରର ମହତ୍ତୱ ସାମିଲ ଅଛି ।
ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ଜନସଂଖ୍ୟା ବୃଦ୍ଧିର ହାର ଏଭଳି ରହୁଛି ତେବେ ବହୁତ ଜଲଦି ବିଶ୍ୱ ସ୍ତରରେ ଏହା ୧୦ ଅରବ ପାଖାପାଖି ପହଞ୍ଚିଯିବ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦୁନିଆର ମୋଟ୍ ଜନସଂଖ୍ୟା ୭.୭ ଅରବ ପାର କରିସାରିଛି । ବିଶ୍ୱର ସର୍ବମୋଟ ଜନସଂଖ୍ୟାର ଅଧାରୁ ଅଧିକ ଅଂଶ ଅସିଆ ମହାଦେଶରେ ରହୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ପ୍ରଥମଥର ପାଇଁ ଏଭଳି ହୋଇଛି ଯେବେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ପାଞ୍ଚ ବର୍ଷର ପିଲାଙ୍କ ସଂଖ୍ୟା ଠାରୁ ଅଧିକ ହୋଇଯାଇଛି ।
୧୯୫୧ ବେଳକୁ ଭାରତର ଜନସଂଖ୍ୟା ଥିଲା ୩୬ କୋଟି ଯାହା ବୃଦ୍ଧି ପାଇ ୧୩୩ କୋଟିରେ ପହଞ୍ଚିସାରିଛି । ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ, ଜନସଂଖ୍ୟା ମାମଲାରେ ଭାରତ ୨୦୨୭ ଭିତରେ ଚୀନକୁ ପଛରେ ପକାଇ ନମ୍ୱର ୱାନ ହୋଇଯିବ । ଯଦିଓ ଏହାର ପ୍ରଭାବ ଭାରତର ଅର୍ଥ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ପଡିବ ।
ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଥର ପାଇଁ ଏଭଳି ହୋଇଛି ଯେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ପାଞ୍ଚ ବର୍ଷର ପିଲାଙ୍କ ସଂଖ୍ୟା ଠାରୁ ଅଧିକ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ୨୦୫୦ ବର୍ଷ ଭିତରେ ବିଶ୍ୱର ବୟସ୍କଙ୍କ ସଂଖ୍ୟା ଛୋଟ ପିଲାଙ୍କ ସଂଖ୍ୟାର ଦୁଇଗୁଣ ହୋଇଯିବ ।