ଆମରଣ ଅନଶନରେ ବସିଲେ ହିତାଧିକାରୀ

ପାଟଣା ୧୯।୦୧: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଡାଳପକା ଗ୍ରାମ ପଞ୍ଚାୟତରେ ୨୦୨୦ ମସିହାରୁ ଅଦ୍ୟାବଧି ସରକାରୀ ଯୋଜନାର ବିଭିନ୍ନ ପ୍ରକଳ୍ପ କାମ ବିଗତ ୨ ବର୍ଷ ହେବ ସମାପ୍ତ ହୋଇ ସାରିଛି।  ତେବେ  ସରକାରୀ ଉଦାସୀନତା ଯୋଗୁଁ ଟଙ୍କା ପାଇ ପାରି ନାହାନ୍ତି ହିତାଧିକାରୀ।  ପୂର୍ବରୁ ସମସ୍ୟା ସମ୍ପର୍କରେ  ସାହାରପଡ଼ା ଗୋଷ୍ଠୀ  ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନ ଥିଲା ବୋଲି ଅଭିଯୋଗ କରି ଆମରଣ ଅନଶନ ରେ ବୁଧବାର ଠାରୁ ବସିଛନ୍ତି ହିତାଧିକାରୀ।

ପ୍ରଶାସନିକ ଅଧିକାରୀମାନେ ଏହି ଘଟଣାକୁ ଗୁରୁତ୍ୱ ନ ଦେବା ରୁ ଏନେଇ ଆଜି  ଡାଳପକା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମାରଣ ଅନଶନ କରିଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଘଟଣା ସମ୍ପର୍କରେ ସାହାରପଡ଼ା ତହସିଲଦାର , ପାଟଣା ଥାନା ଅଧିକାରୀ ଜିଲ୍ଲାପାଳଙ୍କୁ ଘଟଣା ସମ୍ଵନ୍ଧରେ ଅବଗତ କରାଯାଇ ଥିଲେ ମଧ୍ୟ  ଅନଶନରତ ଲୋକମାନଙ୍କ ନିକଟକୁ କୌଣସି ଅଧିକାରୀ ପହଞ୍ଚି ନାହାଁନ୍ତି। ଯେ ପର୍ଯ୍ୟନ୍ତ ବିଲ୍ ନହେଇଛି ସେପର୍ଯ୍ୟନ୍ତ ଅନଶନ ଜାରି ରହିବାକୁ ଚେତାବନୀ ଦେଇଛନ୍ତି ହିତାଧିକାରୀ।

Spread the love