୨୦୧୨ରେ ୩୬, ୨୦୧୭ରେ ୨୩୭ ଆଉ ୨୦୨୨ରେ କେତେ ? ଅଙ୍କ କଷୁଛି ଭାରତୀୟ ଜନତା ପାର୍ଟି

ଭୁବନେଶ୍ଵର ୧୯।୦୧: ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ନମ୍ବର ଥ୍ରୀ ପଲିଟିକାଲ ପାର୍ଟି ବିଜେପି ନମ୍ବର ଟୁ  ସ୍ଥାନକୁ ଆସିଥିଲା। ୨୦୧୨ରେ ୩୬ ଟି ଜିଲ୍ଲା ପରିଷଦ ସିଟ ପାଇଥିବା ବିଜେପି ହାସଲ କରିଥିଲା ୨୩୭ ସିଟ। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିରୋଧୀ ଦଳ ସିଟ ବି ହାତେଇଲା  ଦଳ। ୨୦୨୪ ଫାଇନାଲ ପୂର୍ବରୁ  ପଞ୍ଚାୟତ ନିର୍ବାଚନସେମିଫାଇନାଲ ରେ କଣ ହେବ ଦଳର ରଣନୀତି । କେତେ ସିଟ ହାତେଇବ ବିଜେପି  ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ୮୫୩ ଜିଲ୍ଲା ପରିଷଦ ଆସନରୁ ୫୫୦ ସିଟକୁ ଫୋକସ କରି ପଞ୍ଚାୟତ ନିର୍ବାଚନ ଲଢୁଥିବା ବିଜେପି ଯୁକ୍ତି କରିଛି ।

୨୦୧୨ରେ ୩୬, ୨୦୧୭ରେ ୨୩୭ ଆଉ ୨୦୨୨ରେ କେତେ ? ଏମିତି ଅଙ୍କ କଷୁଛି ଭାରତୀୟ ଜନତା ପାର୍ଟି। ୧୯ ସାଧାରଣ ନିର୍ବାଚନ ପରେ ବିଧାନସଭାରେ ଦୁଇନମ୍ବର ସ୍ଥାନକୁ ଆସିଥିବା ବିଜେପି ଏବେ ୨୪କୁ ରଖିଛି ନଜର। ଆଉ ୨୨ରେ ଖେଳୁଛି ସେମି ଫାଇନାଲ।  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୫୩ ଜିଲ୍ଲାପରିଷଦ ସିଟରୁ  ୫୫୦ ସିଟକୁ ଫୋକସ କରି ଦଳ ନିର୍ବାଚନ ମୈଦାନକୁ ଲମ୍ଫ ମାରିବାକୁ ଯୋଜନା କରିଛି। ଗତ ନିର୍ବାଚନରେ  ପଶ୍ଚିମ ଓଡିଶାର ୧୦ ଜିଲ୍ଲାର ୨୦୯ ଜିଲ୍ଲା ପରିଷଦ ସିଟରୁ ବିଜେପି ୫୦ ପ୍ରତିଶତରୁ ଅଧିକ ୧୧୦ ସିଟ ହାତେଇଥିଲା ।

କଳାହାଣ୍ଡି, ସୋନପୁର,ବରଗଡ, ବଲାଙ୍ଗିର, ସମ୍ବଲପୁର( ମ୍ୟାପ ଦେଖାଇବ) ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । ଉତ୍ତର ଓ ଉପକୂଳ ଜିଲ୍ଲାରେ ଦଳ ତାର ଭୋଟ ପ୍ରତିଶତ ବଢାଇଥିଲା ।  ଏଥର ପ୍ରତି ନିର୍ବାଚନ ମଣ୍ଡଳିରୁ ଅତିକମରେ ୩ ଟି ଆସନ ଜିତିବା ପାଇଁ ଲକ୍ଷ୍ୟ ରଖି ବିଧାୟକ  ଓ ବିଧାୟକ ପ୍ରାର୍ଥୀଙ୍କୁ ଆଗୁଆ ଟ୍ୟାକ୍ସ ଦେଇଛି ଦଳ । ମୟୂରଭଞ୍ଜ,କେନ୍ଦୁଝର ,ବାଲେଶ୍ୱରରେ ସହ ଉପକୂଳ ରେଜଲ୍ଟ ଭଲ କରିବ ବୋଲି ହିସାବ ଦେଇଛି ଦଳ ।

ପଞ୍ଚାୟତ ନିର୍ବାଚନ ଲଢିବାକୁ ରାଜ୍ୟ ସ୍ତରରୁ ଆରମ୍ଭ କରି ଜିଲ୍ଲା ମଣ୍ଡଳ ଓ ବୁଥ ସ୍ତରରେ  ସ୍ବତନ୍ତ୍ର ନିର୍ବାଚନ ପରିଚାଳନା ସମିତି କରିଛି ଦଳ । କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଁଚାଇବାକୁ ବୁଥ ସ୍ତରରେ ସ୍ବତନ୍ତ୍ର କମିଟି କରିଛି  । କୋଭିଡ ପାଇଁ ନିର୍ବାଚନ ପ୍ରଚାରରେ କଟକଣା ଥିବାରୁ ଡୋର ଟୁ ଡୋର କ୍ୟାମ୍ପେନ ସାଙ୍ଗକୁ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଁଚାଇବାକୁ ସ୍ବତନ୍ତ୍ର ଡିଜିଟାଲ ୱିଙ୍ଗ କରି ସାଇବର ସୈନିକଙ୍କୁ ନିଯୁକ୍ତ କରିଛି  । ରାଜ୍ୟରେ ଥିବା ଦଳର କେନ୍ଦ୍ରମନ୍ତ୍ରୀ,ସାଂସଦ, ବିଧାୟକ ପୂର୍ବତନ ସାଂସଦ ଓ ବିଧାୟକ ଏବଂ ବରିଷ୍ଠ ନେତାଙ୍କୁ ନିଜ ନିଜ ଜିଲ୍ଲାର ନିର୍ବାଚନ ଜିତିବା ହାରିବା ଲାଗି ଦଳ ଉତ୍ତର ଦାୟୀ କରିବ ବୋଲି କହିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୭ ସେମିଫାଇନରେ ବିଜେପି ରଣନୀତି କେତେ କାମ କରୁଛି ତାହା ପଞ୍ଚାୟତ ଭୋଟ ପରେ ଜଣାପଡିବ ।

Spread the love