କିଏ ଏହି ଅଦ୍ଵୈତ ଗଡନାୟକ ? ଯିଏ ନିର୍ମାଣ କରିବେ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି

ନୂଆଦିଲ୍ଲୀ ୨୩।୦୧: ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ମହାନ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମୂର୍ତ୍ତିର ହୋଲୋଗ୍ରାମର ବିମୋଚନ କରିଛନ୍ତି। ନ୍ୟାସନାଲ ଗ୍ୟାଲେରୀ ଅଫ ମୋଡେର୍ଣ୍ଣ ଆର୍ଟର ମହା ନିର୍ଦ୍ଦେଶକ ମୂର୍ତ୍ତିକାର ଅଦ୍ଵୈତ ଗଡନାୟକ ନେତାଜୀଙ୍କ ପ୍ରସ୍ତାବିତ ମୂର୍ତ୍ତି ନିର୍ମାଣ କରିବେ।

ମୂର୍ତ୍ତିକୁ ସେହି ସ୍ଥାନରେ ସ୍ଥାପନ କରାଯିବ ଯେଉଁଠି ୧୯୬୮ ପର୍ଯ୍ୟନ୍ତ ଜର୍ଜ ପଞ୍ଚମଙ୍କ ମୂର୍ତ୍ତି ରହିଥିଲା। ନେତାଜୀଙ୍କ ମୂର୍ତ୍ତି ତିଆରି କରୁଥିବା କାରିଗର ହେଉଛନ୍ତି ଅଦ୍ଵୈତ ଗଡନାୟକ। ସେ ଜଣେ ପ୍ରସିଦ୍ଧ ମୂର୍ତ୍ତିକାର ବା ସ୍ଥପତି। ସେ ବହୁତ ଆନନ୍ଦିତ ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁଋଋ ଏହି ବଡ ଦାୟିତ୍ଵ ଦେଇଛନ୍ତି। ସ୍ଥାପନ ହେବା ପରେ ମୂର୍ତ୍ତି ରାୟସୀମା  ହିଲ୍ସରୁ ମଧ୍ୟ ଦୃଶ୍ୟମାନ ହେବ। ଆସନ୍ତୁ ଜାଣିବା ସ୍ଥପତି ଅଦ୍ଵୈତ ଗଡନାୟକଙ୍କ ସଂପର୍କିତ କିଛି ରୋଚକ କଥା।

୧- ଅଦ୍ଵୈତ ଗଡନାୟକ ହେଉଛନ୍ତି ଓଡିଶାର। ସେ ଢେଙ୍କାନାଳ ଜିଲ୍ଲା ନେଉଳପୋଇ ଗାଁର ବାସିନ୍ଦା।

୨ – ସେ ବିକେ କଲେଜ୍ ଅଫ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସରୁ କଳା ଶିକ୍ଷା ଗ୍ରହଣ କରିଛନ୍ତି। ଦିଲ୍ଲୀ ଆର୍ଟ କଲେଜ୍‌ରୁ ମାଷ୍ଟର୍ସରେ ପାଠପଢା ପୂରା କରିଥିଲେ।

୩ – ଗଡନାୟକ ଲଣ୍ଡନର ସ୍ଲେଡ୍ ସ୍କୁଲ୍ ଅଫ ଫାଇନ୍ ଆର୍ଟ୍ସରେ କଳାରେ ଶିକ୍ଷା ଗ୍ରହଣ କରିଛନ୍ତି। ଏହି ପ୍ରସିଦ୍ଧ ମୁର୍ତ୍ତିକାର ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ୧୯୯୩ରେ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ପୁରସ୍କାର, ୧୯୯୯ରେ ଓଡିଶା ଲଳିତ କଳା ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

୪ – ଅଦ୍ଵୈତଙ୍କ ସବୁଠୁ ପ୍ରସିଦ୍ଧ ପ୍ରକଳ୍ପରେ ରାଜଘାଟରେ ଗାନ୍ଧୀଙ୍କ ଦାଣ୍ଡି ମାର୍ଚ୍ଚର ପ୍ରତୀମା ସାମିଲ୍। ତାଙ୍କର ସ୍ଥାପତ୍ୟକୁ ଲଣ୍ଡନରେ ମଧ୍ୟ ସ୍ଥାନ ମିଳିଛି।

୫ – ୨୦୧୬ରେ ନ୍ୟାସନାଲ ଗ୍ୟାଲେରୀ ଅପ ମୋଡେର୍ଣ୍ଣ ଆର୍ଟର ନିର୍ଦ୍ଦେଶକ ହୋଇଥିଲେ। ଏହା ପୂର୍ବରୁ ସେ ଭୁବନେଶ୍ଵରର କେଆଇଆଇଟି ବିଶ୍ଵ ବିଦ୍ୟାଳୟରେ ସ୍କୁଲ ଅଫ ସ୍କଲ୍ପଚରର ନେତୃତ୍ଵ ନେଇଥିଲେ। ବିଶ୍ଵ ବିଦ୍ୟାଳୟ ପରିସରରେ ସେ ଏକ ମୁର୍ତ୍ତିକାର ପାର୍କ ନିର୍ମାଣ କରିଛନ୍ତି।

Spread the love