ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜୀତ ସିଂହଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍

ଜୟପୁର ୨୩/୦୧:  ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ରଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ରାଜସ୍ଥାନ ରାଜଭବନ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି । ହ୍ୟାକର ଜଣକ @KalrajMishra ଟୁଇଟର ଆକାଉଣ୍ଟରୁ ଆରବୀ ଭାଷାରେ ଟୁଇଟ୍ ଲେଖି ପୋଷ୍ଟ କରିଛି । ଏବେ ଆକାଉଣ୍ଟକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରାଯାଉଛି। ରାଜ୍ୟପାଳ କଲରାଜ ମିଶ୍ର ତାଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଥିବା ସୂଚନା ଦେବା ସହ ଟୁଇଟର ସହିତ ଟେଲିକମ ମନ୍ତ୍ରଣାଳୟରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପରେ କଲରାଜ ମିଶ୍ରଙ୍କ ଟୁଇଟର ଆକାଉଣ୍ଟରୁ ଆରବୀ ଭାଷାରେ ଲେଖାଯାଇଥିବା ଟୁଇଟ୍କୁ ହଟାଇ ଦିଆଯାଇଛି ।

ରାଜ୍ୟପାଳ କଲରାଜ ମିଶ୍ରଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହଙ୍କ ଟୁଇଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ କାରାଯାଇଛି । ତାଙ୍କ ଟୁଇଟର ଆକାଉଣ୍ଟରୁ ମଧ୍ୟ ଆରବୀ ଭାଷାରେ ଏକ ଟୁଇଟ ଲେଖି ପୋଷ୍ଟ କରାଯାଇଛି। କଲରାଜ ମିଶ୍ରଙ୍କ ଆକାଉଣ୍ଟରୁ ଆରବୀ ଭାଷାରେ ଯେଉଁ ଟୁଇଟ୍ କରାଯାଇଥିଲା ସେହି ସମାନ ଟୁଇଟ କେନ୍ଦ୍ରମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟରୁ କରାଯାଇଛି। ରାଓ ଇନ୍ଦ୍ରଜୀତ ସିଂହ ମଧ୍ୟ ଟୁଇଟର ସହିତ ଟେଲିକମ ମନ୍ତ୍ରଣାଳୟରେ ଏନେଇ ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ଶନିବାର ରାତିରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ)ର ଟୁଇଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ କରାଯାଇଥିଲା । ଏନଡିଆରଏଫର ଡାଇରେକ୍ଟର ଜେନେରାଲ ଅତୁଲ କରୱଲ ଏହାର ସୂଚନା ଦେଇଥିଲେ। ସେ କହିଛନ୍ତି ଶନିବାର ରାତିରେ ଏନଡିଆରଏଫର ଟୁଇଟର ହ୍ୟାଣ୍ଟେଲକୁ ହ୍ୟାକ କରାଯାଇଥିଲା । ଆମେ ଏହା ଉପରେ ଯାଞ୍ଚ କରୁଛୁ।

Spread the love