ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନେତାଜୀ ଆଓ୍ଵାର୍ଡ-୨୦୨୨

କୋଲକାତା ୨୩।୦୧: ନେତାଜୀ ରିସର୍ଚ୍ଚ ବ୍ୟୁରୋ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନେତାଜୀ ପୁରସ୍କାର ୨୦୨୨ରେ ସମ୍ମାନିତ କରିଛନ୍ତି। କୋଲକାତାରେ ଜାପାନର ମହାବାଣିଜ୍ୟ ଦୂତ ନାକାମୁରା ୟୁତାକା ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ  ଜୟନ୍ତୀ ଉପଲକ୍ଷେ ତାଙ୍କର ଏଲିଗନ ରୋଡ୍ ସ୍ଥିତ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଆବେଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭାରତରେ ଜାପାନର ରାଷ୍ଟ୍ରଦୂତ ସତୋଶୀ ସୁଜୁକୀ ନୂଆଦିଲ୍ଲୀରୁ ଅନଲାଇନ୍‌ ମାଧ୍ୟମରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ନେତାଜୀ ରିସର୍ଚ୍ଚ ବ୍ୟୁରୋର ନିର୍ଦ୍ଦେଶକ ତଥା ସୁଭାଷଙ୍କ ଅଣନାତି ସୁଗାତା ବୋଷ ଆବେଙ୍କୁ ନେତାଜୀଙ୍କ ବଡ ପ୍ରଶଂସକ ଦର୍ଶାଇଛନ୍ତି।

Spread the love