ସୋର ବସ ଟ୍ରେଜେଡି: ଗ୍ରାମରେ ପହଞ୍ଚିଲା ମା ଓ ପୁଅର ଶବ

ସୋର:  ଗତକାଲି ବାଲେଶ୍ଵର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥର ବିଦୁ ଛକ ନିକଟରେ ହୋଇଥିବା ମର୍ମନ୍ଦୁତ ବସ ଦୁର୍ଘଟଣାରେ ୬ଜଣ ମୃତ ହୋଇଥିବା ବେଳେ ବହୁ ଲୋକେ ଗୁରୁତର ସହ ଆହତ ହୋଇଥିଲେ। ତା ମଧ୍ୟରୁ ସେହି ବସରେ ଯାତ୍ରା କରୁଥିବା ମା ଓ ପୁଅଙ୍କର ମୃତ୍ୟୁ ହୋଇଥିଲା।  ଖବର ପ୍ରକାଶ ପରେ ଜଣା ପଡ଼ିଥିଲା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ବରକନ୍ଦ ପଞ୍ଚାୟତ ସ୍ଥିତ ଜମୁଗଡିଆ ଗ୍ରାମର ବୁଦ୍ଧିଆ ହାସଦାଙ୍କ ପତ୍ନୀ ପିଙ୍କି ହାସଦା(୨୫),ତିନି ମାସର ଶିଶୁ ପୁତ୍ର ବାବୁ।ଘଟଣାସ୍ଥଳରୁ ଖବର ପାଇ ସୋର ହେଲପିଙ୍ଗ ହେଣ୍ଡ ସଂଗଠନ ତରଫରୁ ସହାୟତାର ହାତ ବଢ଼ାଇଥିଲେ।ସଂଗଠନର ସଭାପତି ରହିମତ ଅଲ୍ଳୀ ଓ ସେକ ରୀୟାସିତ ତାଙ୍କ ସଂଗଠନର ଆମ୍ବୁଲାନ୍ସରେ ମା,ପୁଅର ମୃତ ଶରୀରକୁ ସୋର ଡ଼ାକ୍ତରଖାନାରୁ ଆଣି ବରକନ୍ଦ ପଞ୍ଚାୟତ ସ୍ଥିତ ଜମୁଗଡିଆ ଗ୍ରାମରେ ପାହଞ୍ଚାଇଥିଲେ।ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ବାସୀଙ୍କ ଉପସ୍ଥିତିରେ ପରିବାର ବର୍ଗଙ୍କୁ ମା,ପୁଅର ଶବକୁ ହସ୍ତାନ୍ତର କରିଥିଲେ।ଏବାବଦରେ ପରିବାର ବର୍ଗଙ୍କ ଠାରୁ କୌଣସି ଅର୍ଥ ନେଇନଥିଲେ। ତଥା ସୋର ଅଞ୍ଚଳ କିମ୍ବା ରାଜରାସ୍ତାରେ କୌଣସି ଦୁର୍ଘଟଣା ଘଟିଲେ ମାଗଣାରେ ଅସହାୟ ଲୋକଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇବା ଆଦି କାର୍ଯ୍ୟ ଉକ୍ତ ସଂଗଠନ ତରଫରୁ କରାଯାଇଥାଏ ବୋଲି ସଂଗଠନର ସଭାପତି ପ୍ରକାଶ କରିଥିଲେ।ଏହି କାର୍ଯ୍ୟପାଇଁ ମୋରଡ଼ା ବ୍ଲକ ଅଞ୍ଚଳବାସୀଙ୍କ ତରଫରୁ ହେଲପିଙ୍ଗ ହେଣ୍ଡ ସଂଗଠନକୁ କୃତଜ୍ଞତା ଜଣାଇଥିଲେ।

Spread the love